Advertisment

ପରୀକ୍ଷାରେ ପାସ୍ ନକରି ଚିକିତ୍ସା ! ସିବିଆଇ ସ୍କାନରରେ ବିଦେଶରେ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀ

ବିଦେଶରୁ ମେଡିକାଲ୍‌ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍‌ ନକରି ପ୍ରାକ୍ଟିସ୍‌ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...

ଅଦ୍ୟତନ ହୋଇଛି
CBI Probe Against Foreign Medical Graduates

CBI probe against foreign medical graduates

Advertisment

ବିଦେଶରେ ପାଢ଼ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଲା । ଫରେନ ମେଡ଼ିକାଲ୍ ଗ୍ରାଜୁଏଟ୍ ପରୀକ୍ଷା ତଥା ଏଫ୍ଏମଜିଇ ପାସ୍ କରିନଥିବା କେତେଜଣ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ସିବିଆଇ(CBI ) ସ୍କାନରରେ । ବିଦେଶରେ ଡାକ୍ତରୀ ପାଠ ପଢ଼ିଥିଲେ ବି ଫରେନ ମେଡିକାଲ ଗ୍ରାଜୁଏଟ୍ ଏଗଜାମିନେସନ ବା FMGE ପାସ୍ କରିନଥିବା ୭୩ ଜଣ ଛାତ୍ରଛାତ୍ରୀଙ୍କ ସଂପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରୁଛି ।

Advertisment

ଏହି ଛାତ୍ରଛାତ୍ରୀ ରୁଷିଆ, ୟୁକ୍ରେନ୍ ଏବଂ ଚୀନରେ ୨୦୧୧ରୁ ୨୦୨୨ ମଧ୍ୟରେ ଡାକ୍ତରୀ ପାଠ ପଢ଼ିଥିଲେ । କିନ୍ତୁ ଏଫ୍ଏମଜିଇ ପରୀକ୍ଷା ପାସ୍ ନକରି ବି ମେଡ଼ିକାଲ୍ କାଉନସିଲ୍ ଅଫ ଇଣ୍ଡିଆ କିମ୍ବା ଷ୍ଟେଟ ମେଡ଼ିକାଲ୍ କାଉନସିଲରେ କିଭଳି ପଞ୍ଜିକରଣ କଲେ, ସେନେଇ ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ପରେ ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି । ସଂପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଏବଂ ଜାଲିଆତି ଅଭିଯୋଗରେ ଏକାଧିକ ଦଫା ଲାଗିଛି । ପରୀକ୍ଷାରେ ପାସ୍‌ ନକରି ବି ଏମାନେ ଚିକିତ୍ସା କରୁଛନ୍ତି । 

ବିଦେଶରେ ଡାକ୍ତରୀ ପାଠପଢ଼ିଥିବା ଭାରତୀୟ ଛାତ୍ରଛାତ୍ରୀ ଯଦି ଭାରତରେ ଡାକ୍ତରୀ ସେବା କରିବେ, ତେବେ ମେଡ଼ିକାଲ୍ କାଉନସିଲ୍ ଅଫ ଇଣ୍ଡିଆ-ଏମସିଆଇ କିମ୍ବା ଷ୍ଟେଟ ମେଡ଼ିକାଲ୍ କାଉନସିଲ୍-ଏସ୍ଏମସିରେ ପଞ୍ଜିକରଣ ବାଧ୍ୟତାମୂଳକ । ଏଥିପାଇଁ ଏକ FMGE (Foreign Medical Graduates Examination) ସ୍କ୍ରିନିଂ ଟେଷ୍ଟ ଦେବାକୁ ପଡିଥାଏ । କିନ୍ତୁ ଏହି ୭୩ ଜଣ ଛାତ୍ରଛାତ୍ରୀ କୌଣସି ସ୍କ୍ରିନିଂ ଟେଷ୍ଟ ଦେଇନଥିବା ଜଣାପଡିଥିଲା ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା!

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଖକୁ ଗତ ସେପ୍ଟେମ୍ବର ୧୨ ଏବଂ ଅକ୍ଟୋବର ୧୭ ତାରିଖରେ ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ-ଏନବିଇ ପକ୍ଷରୁ ୨ଟି ଚିଠି ଆସିଥିଲା, ଯେଉଁଥିରେ ଏହି ୭୩ ଜଣ ଛାତ୍ରଛାତ୍ରୀଙ୍କ ନାଁ ଥିଲା । ତେବେ ଦେଶବ୍ୟାପି କେବଳ ଏହି ୭୩ ଜଣ ଅଣପଞ୍ଜିକୃତ ମେଡ଼ିକାଲ ଛାତ୍ରଛାତ୍ରୀ ଡାକ୍ତରୀ ସେବା କରୁଛନ୍ତି ନା ଆଉ ଅଛନ୍ତି, ସେନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

Advertisment
CBI Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ