Advertisment

ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଅଦ୍ୟତନ ହୋଇଛି
undefined

Matric Exam

Advertisment

ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେ କହିଛନ୍ତି ଯେ, ଯଥାସମ୍ଭବ ପରୀକ୍ଷା ଗୁଡ଼ିକ ନିଜ ସ୍କୁଲ୍‌ରେ କରାଯିବ ଓ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁୂଲ ଶିକ୍ଷକ ନିଯୁକ୍ତ ହେବେ। 

Advertisment

ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। 

ଜାଣନ୍ତୁ, କେମିତି ହେବ ମୂଲ୍ୟାୟନ...

  • ପ୍ରଥମ ପଦ୍ଧତି: ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌-୧ ଓ ଇଣ୍ଟରନାଲ ଆସେସ୍‌ମେଣ୍ଟ୍‌ର Weightageକୁ ୨ ଗୁଣା କରାଯାଇ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ କରାଯିବ। (ଉଦାହରଣସ୍ୱରୂପ- ଯଦି ଜଣେ ଛାତ୍ର ୨୦ ମାର୍କରୁ ୧୦ ମାର୍କ ରଖିଛନ୍ତି, ତା’ହେହଲେ Weightageକୁ ୨ ଗୁଣା କରାଯାଇ ଅର୍ଥାତ୍‌ ୨୦ ମାର୍କକୁ ୪୦ କରାଯିବ। ଫଳରେ ୧୦ ମାର୍କ ରଖିଥିବା ଛାତ୍ରଙ୍କ ମାର୍କ ୨୦ ମାର୍କ ହୋଇଯିବ।)
  • ୨ୟ ପଦ୍ଧତି: ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌-୨ର ମାର୍କ ୨ ଗୁଣ କରି ହିସାବ କରାଯିବ
  • ୩ୟ ପଦ୍ଧତି: ଇଣ୍ଟରନାଲ ଆସେସ୍‌ମେଣ୍ଟ୍‌ର ୨୦%, ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌-୧ରୁ ୩୦%, ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ।
  • ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ରଖିବେ, ତାକୁ ଫାଇନାଲ୍‌ ରେଜଲ୍ଟ ଭାବେ ଧରାଯିବ। 
Advertisment
Matric Exam Matric Exam 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ