Advertisment

ଆସନ୍ତା ୬ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସବୁ ସେମିଷ୍ଟର ପାଇଁ କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏହାସହ SOP ମଧ୍ୟ ଜାରି ହୋଇଛି।

Technical Institutions

Technical Institutions

Advertisment

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସବୁ ସେମିଷ୍ଟର ପାଇଁ କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏହାସହ SOP ମଧ୍ୟ ଜାରି ହୋଇଛି।

Advertisment

ସେପ୍ଟେମ୍ବର ୫ରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ କ୍ଲାସ୍‌ ରୁମ୍‌ରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ୍‌ କରି ଅଧିକ ସମୟ ଶିକ୍ଷା ଦାନ କରାଇବାକୁ SOPରେ ଉଲ୍ଲେଖ ରହିଛି। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍‌ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Advertisment

ରାଜ୍ୟରେ ଇଞ୍ଜିନିୟରିଂ, MBA, MCA ଓ ଫାର୍ମାସି ପାଠ୍ୟକ୍ରମର ପ୍ରାୟ ୨୦୦ ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଆଇଟିଆଇ ଓ ଡିପ୍ଲୋମାରେ ଆଉ ୧୫୦ ଶିକ୍ଷାନୁଷ୍ଠାନ ସାମିଲ ଅଛି। ଏସବୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଲକ୍ଷେରୁ ଅଧିକ। ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡି ପାଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିବା ପୂର୍ବରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ମାତ୍ରେ ସଂକ୍ରମଣ ବ୍ୟାପିଥିବା ନଜରକୁ ଆସିଥିଲା। ତେଣୁ ଏଥର ଅଧିକ ସତର୍କ ହୋଇ ସଂକ୍ରମଣମୁକ୍ତ ଶିକ୍ଷାଦାନ ପରିବେଶ ଲାଗି ସଜାଗ ହୋଇଛି ବୈଷୟିକ ଶିକ୍ଷା ବିଭାଗ।

Odisha Technical Institutions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ