Advertisment

କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା, ଘଟଣାସ୍ଥଳରୁ ମିଳିଲା ମନ୍ତ୍ରୀଙ୍କ ପୁଅର ବନ୍ଧୁକ

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବାସଭବନରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ପୋଲିସ୍‌ ଜବତ କରିଛି।

ଅଦ୍ୟତନ ହୋଇଛି
Youth shot dead Inside Union Minister Home

Youth shot dead Inside Union Minister Home

Advertisment

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ବାସଭବନରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ପୋଲିସ୍‌ ଜବତ କରିଛି।

Advertisment

ଏନେଇ ମନ୍ତ୍ରୀ କୌଶଲ କହିଛନ୍ତି, ଘଟଣା ଘଟିବା ସମୟରେ ମୋ ପୁଅ ଘରେ ନଥିଲା। ତେବେ ଏଥିରେ ଯାହାର ବି ସମ୍ପୃକ୍ତ ଥିବ କାହାକୁ ଛଡ଼ାଯିବ ନାହିଁ। ଘଟଣା ସମୟରେ ଉପସ୍ଥିତ ବ୍ୟକ୍ତିଙ୍କୁ ପୋଲିସ୍‌ ଅଟକ ରଖିଛି। ଏହାସହ ମୃତଦେହକୁ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇଛି।

‘ଘଟଣାକୁ ନେଇ ମୋ ପୁଅ ବହୁତ ଦୁଃଖିତ ଅଛି। ବିନୟ ମୋ ପୁଅର ଭଲ ସାଙ୍ଗ ଥିଲା’ ବୋଲି ମନ୍ତ୍ରୀ କୌଶଲ କହିଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ସହ ଘଟଣାର ତଦନ୍ତ ଚଳାଇଛି। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ