Advertisment

ପ୍ରେମିକା ଘରେ ଝୁଲୁଛି ପ୍ରେମିକର ମୃତଦେହ

ପ୍ରେମିକା ଘରେ ଝୁଲଛି ପ୍ରେମିକର ମୃତଦେହ। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Youth’s body found hanging inside house in Puri

Youth’s body found hanging inside house in Puri

Advertisment

ପ୍ରେମିକା ଘରେ ଝୁଲଛି ପ୍ରେମିକର ମୃତଦେହ। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହୁପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ ସୂର୍ଯ୍ୟକାନ୍ତ ବିଶ୍ୱାଳ।

Advertisment

ସୂଚନା ଅନୁସାରେ, ଗାଁର ଶଙ୍କର୍ଷଣ ବେହେରାଙ୍କ ଝିଅଙ୍କୁ ସୂର୍ଯ୍ୟକାନ୍ତ ପ୍ରେମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ଗତକାଲି ଶଙ୍କର୍ଷଣଙ୍କ ଘରକୁ ସୂର୍ଯ୍ୟକାନ୍ତ ଯାଇଥିବା ବେଳେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ଶଙ୍କର୍ଷଣଙ୍କ ଘର ଭିତରେ ପ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ମିଳିଥିଲା। ଏହାସହ ଘର ବାହାରେ ଏକ ମୋଟର ସାଇକେଲ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଥିବା ବେଳେ ସୂର୍ଯ୍ୟକାନ୍ତଙ୍କୁ ହତ୍ୟା କରି ତାଙ୍କୁ ଝୁଲାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। 

Advertisment
Youth Body Found Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ