Advertisment

ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର

ସାଙ୍ଗ ଘରେ ଝୁଲି ପଡ଼ିଲା ସାଙ୍ଗ। ସୁବର୍ଣ୍ଣପୁର ମହାବିଦ୍ୟାଳୟର +୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

ଅଦ୍ୟତନ ହୋଇଛି
Youth Hanging Death Body Found In Sonepur

Hanging Death

Advertisment

କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ସୋନପୁର ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ରୁତୁରାଜ ସାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋନପୁର ପଟାଭାଡିସ୍ଥିତ ଏକ ଘରେ ଆତ୍ମହତ୍ୟା କରିଛନ୍ତି ରୁତୁରାଜ। ମୃତଦେହ ମିଳିଥିବା ଘରଟି ରୁତୁରାଜଙ୍କ ସାଙ୍ଗ ଘର ବୋଲି ସୂଚନା ମିଳିଛି।

Advertisment

ସୁବର୍ଣ୍ଣପୁର ମହାବିଦ୍ୟାଳୟର +୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତକାଲି ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରଛାତ୍ରୀ ପାଇଁ ଅନୁଷ୍ଠିତ ବିଦାୟୀକାଳିନ ଉତ୍ସବରେ ଯୋଗଦେଇଥିଲେ ରୁତୁରାଜ। ପ୍ରୋଗ୍ରାମ ସରିବା ପରେ ତାଙ୍କର ଜଣେ ସହପାଠୀଙ୍କ ପଟାଭାଡିସ୍ଥିତ ଭଡା ଘରେ ରହିଯାଇଥିଲେ ରୁତୁରାଜ। ସକାଳୁ ତାଙ୍କ ମୃତଦେହ ରୋଷେଇ ଘରେ ଦେଖିବାକୁ ପାଇଥିଲେ ତାଙ୍କ ସହପାଠୀ।

ଅଧିକ ପଢ଼ନ୍ତୁ: ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଲେ ଯୁବତୀ !

ରୁତୁରାଜଙ୍କ ବନ୍ଧୁଙ୍କ କହିବାନୁଯାୟୀ, କାଲି କଲେଜ ପ୍ରୋଗ୍ରାମ ସାରି ରୁତୁରାଜ ତାଙ୍କ ଘରେ ରହିଥିଲେ। ରୁତୁରାଜ ଶୀଘ୍ର ଶୋଇ ବି ପଡ଼ିଥିଲେ। ସକାଳେ ସେ ଉଠିବା ବେଳେ ରୁତୁରାଜଙ୍କୁ ଘର ଭିତରେ ନପାଇ ତାଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ ନ ଉଠାଇବାରୁ ଖୋଜାଖୋଜି ଆରମ୍ଭ କରିଥିଲେ। ରୋଷେଇ ଘରେ ରୁତୁରାଜଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ରୋଷେଇ ଘରେ ଲାଗିଥିବା ଏକ ଲୁହାରଡ଼ରେ କପଡା ଲଗାଇ ରୁତୁରାଜ ଝୁଲିପଡ଼ଡ଼ିଥିବା ଦେଖବାକୁ ମିଳିଛି।

Advertisment

ଏନେଇ ଖବର ପାଇ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରୁତୁରାଜ ଆତ୍ମହତ୍ୟା କଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁର୍ବରୁ ଜଣେ ଝିଅ ସହ ରୁତୁରାଜ ପ୍ରେମ ସମ୍ପର୍କରେ ଥିବା ତାଙ୍କ ସହପାଠୀ କହିଛନ୍ତି। ରୁତୁରାଜଙ୍କ ଘର ବିନିକା ବ୍ଲକ କଂଟାପାଲି ଗାଁରେ ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ: ଗୁଜବ ଶୁଣି ଚଳନ୍ତା ଟ୍ରେନରୁ ଡେଇଁଲେ; ଧକ୍କା ଦେଲା ମାଲବାହୀ ଟ୍ରେନ, ପ୍ରାଣ ହରାଇଲେ ୩ଯାତ୍ରୀ

Advertisment
Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ