Advertisment

ଅନ୍ଧବିଶ୍ୱାସର କୁପରିଣତି: ଚେଙ୍କ ନେଲା ଯୁବକଙ୍କ ଜୀବନ !

ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି।

ଅଦ୍ୟତନ ହୋଇଛି
ଅନ୍ଧବିଶ୍ୱାସର କୁପରିଣତି: ଚେଙ୍କ ନେଲା ଯୁବକଙ୍କ ଜୀବନ !

ଅନ୍ଧବିଶ୍ୱାସର କୁପରିଣତି

Advertisment

କେନ୍ଦୁଝର: ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି। ହେଲେ ସେମାନଙ୍କର ଏହି ଅନ୍ଧବିଶ୍ୱାସ ଦିନେ ଜୀବନ ନେଇ ଯିବ ହୁଏତ ଏହା ସେମାନଙ୍କୁ ଜଣାନଥିବ। ଏଭଳି କିଛି ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ କଇଁସାରି ଗାଁରେ ଘଟିଛି। 

Advertisment

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚାଇବା ଲାଗି ଜଣେ ଯୁବକଙ୍କ ଶରୀରରେ ୫ ଶହରୁ ଅଧିକ ଚେଙ୍କ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକ ହେଲେ ୩୪ ବର୍ଷୀୟ ବିକାଶ ଦେହୁରି।

Advertisment

ସୂଚନା ଅନୁସାରେ, କଇଁସାରି ଗାଁର ବିକାଶ ଦେହୁରି ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ହେଲେ ତାଙ୍କର ଡାକ୍ତରୀ ଚିକିତ୍ସା କରାଇ ନଯାଇ ଚେଙ୍କ ଦିଆଯାଉଥିଲା।କିଛି ଦିନ ହେଲା ଧୀରେ ଧୀରେ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥିଲେ ମଧ୍ୟ କୌଣସି ଡାକ୍ତରଙ୍କୁ ପରିବାର ଲୋକ ଦେଖାଇନଥିଲେ କି ଡାକ୍ତରଖାନା ବି ନେଇନଥିଲେ।ଏହା ଭିତରେ ତାଙ୍କୁ ୫ ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା। ଯକ୍ଷ୍ମାରେ ପୀଡ଼ିତ ବିକାଶଙ୍କ ଶରୀରରେ ଏତେ ଚେଙ୍କ ଦିଆଯିବା ଫଳରେ ସେ ଆହୁରି ଦୁର୍ବଳ ହୋଇପଡ଼ିଥିଲେ। ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ବାରମ୍ବାର ଚେଙ୍କ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ବିକାଶଙ୍କ ସ୍ତ୍ରୀ ଓ ଦୁଇଟି ଛୋଟ ପୁଅ ଅଛନ୍ତି।

Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ