Advertisment

ହୋଲି ଖେଳିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ...ନଦୀରୁ ମିଳିଲା ମୃତଦେହ

କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

Youth Deadbody Found From River

Youth Deadbody Found From River

Advertisment

ଭୁବନେଶ୍ୱର ଉପକଣ୍ଠ ବାସୁଆଘାଇ ନିକଟସ୍ଥ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମହିଷାଖାଲ ଅଞ୍ଚଳର ଆଲୋକ ଜେନା। ହୋଲି ଦିନଠୁ ସେ ନିଖୋଜ ଥିଲେ। ଆଜି ସକାଳେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। 

Advertisment

ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଆଲୋକଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ, ଶନିବାର ଦିନ ଆଲୋକ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ସେଇ ଦିନ ସାଙ୍ଗମାନେ ଆଲୋକଙ୍କ ଡ୍ରେସ୍‌ ନେଇ ତାଙ୍କ ପରିବାର ଲୋକଙ୍କୁ ଦେଇଥିଲେ। ଗାଧୋଇ ସାରି ଆଲୋକ ଘରକୁ ଫେରିବେ ବୋଲି ସାଙ୍ଗମାନେ କହିଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

Advertisment

ଆଜି ସକାଳୁ ଆଲୋକଙ୍କ ମୃତଦେହ ବାସୁଆଘାଇ ନିକଟସ୍ଥ କୁଆଖାଇ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଆଲୋକଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।  ଆଲୋକଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Kuakhai River Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ