Firing
ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାସ୍ତାକଡ଼ରେ ଛିଡା ହୋଇଥିବା ବେଳେ ହଠାତ ଦୁର୍ବୃତ୍ତ ମାନେ ଆସି ଗୁଳି ମାଡ଼ କରିଥିଲେ । ରାଜେନ୍ଦ୍ରଙ୍କ ମୁଣ୍ଡରେ ଗୁଳି ବାଜିଛି ।
ପରିବାର ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ରାଜେନ୍ଦ୍ରଙ୍କ ସଂପର୍କୀୟଙ୍କ ସୂଚନା ଅନୁସାରେ, ୫ରୁ ୬ଜଣ ଯୁବକ ବାଇକ୍କେ ଆସି ଗୁଳିମାଡ କରିଥିଲେ। ପରେ ସେମାନେ ଚମ୍ପଟ ମାରିଥିଲେ। ତେବେ ଗୁଳି ମାଡ଼ ପଛର କାରଣ ଏଯାଏ ଅସ୍ପଷ୍ଟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Firing_1730600633.jpg)