crime
ନିଶା ପାଇଁ ଚାଲିଗଲା ଜୀବନ । ମଦ ପିଇ ବେକ କାଟିଦେଲା ବନ୍ଧୁ । ଟିକିଏ ଝଗଡ଼ା ପାଇଁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀରେ । ୪ ଦିନ ପରେ ଗଳିତ ମୃତଦେହ ଉଦ୍ଧାର ହେବା ପରେ ଘଟଣା ପଦାକୁ ଆସିଛି ।
ସୂଚନା ଅନୁସାରେ ୪ ଦିନ ତଳେ ଜି. ଇଶ୍ୱର ରାଓ ଏବଂ ବକ୍ସିସା ସିଂ ମେହେର ଜଟଣୀର ଗୋଡା ଧର୍ମ ସାଗର ମିଲ୍ ପୋଖରୀ ନିକଟରେ ଏକାଠି ବସି ମଦ୍ୟପାନ କରୁଥିଲେ । ଉଭୟେ ମଦନିଶାରେ ଥିବାବେଳେ ଉଭୟଙ୍କ ଭିତରେ ବଚସା ହୋଇଥିଲା । ଆଉ ବଚସାରୁ ଦୁଇ ବନ୍ଧୁ ପରସ୍ପରକୁ ଆକ୍ରମଣ କରିଥିଲେ । ଶେଷରେ ଏକ ଧାରୁଆ ବ୍ଲେଡରେ ଅଭିଯୁକ୍ତ ମେହେର ନିଜ ସାଙ୍ଗ ଇଶ୍ୱରଙ୍କ ବେକକୁ କାଟି ଦେଇଥିଲା । ତେବେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।
ଆଜି ଜଟଣୀ ଗୋଡ଼ା ଧର୍ମସାଗର ମିଲ୍ ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମଦ୍ୟପାନ ପରେ ଯୁବକଙ୍କୁ ନିଜ ବନ୍ଧୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ମଦ୍ୟପାନରୁ ବଚସା ପରେ ବ୍ଲେଡରେ ବେକ କାଟି ପଥରରେ ମୁଣ୍ଡ ଛେଚି ହତ୍ୟା କରିଥିବା କୁହାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ଏହାପରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ କରିଛି ପୋଲିସ । କେମିତି ନଜ ବନ୍ଧୁଙ୍କୁ ହତ୍ୟା କାଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/crime__1663402528.jpg)