ସାଙ୍ଗ ସାଜିଲା ସଇତାନ୍; ଠେଙ୍ଗାରେ ପିଟି ନୃଶଂସ ହତ୍ୟା

ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା ଅଭିଯୋଗ

ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା ଅଭିଯୋଗ

ସାଙ୍ଗ ସାଜିଲା ସଇତାନ l ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳ ଗଙ୍ଗାପୁର ରାସ୍ତାରେ ଆଜି ଗତକାଲି ୮ଟାରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି l

ଗତକାଲି ସନ୍ଧ୍ୟା ସମୟରେ ବଡଆଗୁଳ ଗ୍ରାମର ଅମର ମଳିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ଏକାଠି ମଦ୍ୟପାନ କରୁଥିଲେ l ଏହା ପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ପରେ ଏହି ସାମାନ୍ୟ ଝଗଡ଼ା ଉଗ୍ରରୂପ ନେଇଥିଲା ।

ଆଉ ମଦ ନଶାରେ ଥିବା ମୂଷା କରଣ ଅମରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ l ତାଙ୍କୁ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର l ଗ୍ରାମବାସୀ ଓ ଅମରଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପଲିସକୁ ଖବର ଦେଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l