Advertisment

ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ

ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ

girl burn alive

Advertisment

ବ୍ରହ୍ମପୁର: ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି। ଘଟଣାପରେ ପ୍ରେମିକ ଫେରାର ହେବା ପାଇଁ ଯୋଜନା କରିଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛି। ଗତକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗାଁରେ ଏହି ଘଟଣା ଘଟିଛି। ଗିରଫ ଯୁବକଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। 

Advertisment

ଅଭିଯୋଗ ଅନୁସାରେ, ଗତକାଲି ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର, ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡି ଦେଇଥିଲେ। ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦% ପୋଡ଼ି ଯାଇଥିଲା।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

Advertisment

ଉଦ୍ଧାର ସମୟରେ ଯୁବତୀଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ୍‌ ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି।  ମୃତ ଯୁବତୀଜଣଙ୍କ ପୋଲସରା ଅଞ୍ଚଳର ବୋଲି ଜଣାପଡ଼ିଛି ।

Advertisment

ଘଟଣା ସମ୍ପର୍କରେ ପୁରୁଷୋତ୍ତମପୁର ଏସ୍‌ଡିପିଓ କହିଛନ୍ତି, ଖବର ପାଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଯୁବତୀଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା। ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା ଯୁବତୀ ଜଣକ କହିଥିଲେ। ଯୁବକ ଜଣକ ବ୍ରହ୍ମପୁର ଖସି ପଳାଉ ଥିବାବେଳେ ପୋଲିସ୍‌ ତାଙ୍କୁ ଧରିଥିଲା। ବର୍ଷେ ହେବ ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା। 

Burnt Alive Girl Burnt Alive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ