Love
ପ୍ରେମ କଲା.... ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲା। ପରେ ପ୍ରେମିକା ମା’ ହେବା ଖବର ଶୁଣି ଚମକିପଡ଼ିଲା ପ୍ରେମିକ। ପ୍ରେମିକାକୁ ଗର୍ଭପାତ ବାଧ୍ୟ କଲା, ପ୍ରେମିକ ରାଜି ନ ହେବାରୁ ପଥରରେ ଛେଚି ହତ୍ୟା କଲା। ମାଲକାନଗିରି ଜିଲ୍ଲା ରେଙ୍ଗାବନ୍ଧ ଗାଁ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ୧୨ ତାରିଖରେ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଅଧିକ ପଢ଼ନ୍ତୁ: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ
ମର୍ତ୍ତୃଣ୍ଡା ଗାଁର ଯୁବତୀ ମଙ୍ଗଳ ଦେଈ ନାଗ ଛତିଶଗଡ଼ ପଣ୍ଡୁମ୍ ଗାଁର ଯୁବକ ଉମେଶ ନାଗକୁ ଭଲ ପାଉଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା। ଉମେଶ ମଙ୍ଗଳଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିସହ ଶାରୀରିକ ସଂପର୍କ ରଖିଥିଲା। କିଛି ଦିନ ପରେ ମଙ୍ଗଳ ମା’ହେବା ଖବର ଉମେଶଙ୍କୁ କହିଥିଲେ।
ଏହାଶୁଣି ଉମେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଗର୍ଭପାତ ନଷ୍ଟ କରିଦେବା ପାଇଁ କହିଥିଲେ। ହେଲେ ମଙ୍ଗଳ ରାଜି ହୋଇନଥିଲେ। ହେଲେ ଉମେଶ ଗର୍ଭ ନଷ୍ଟ କରିଦେବା ପାଇଁ ଜିଦ୍ କରିଥିଲା। ମଙ୍ଗଳ ଉମେଶ କଥାରେ ରାଜି ହୋଇନଥିଲେ, ବରଂ ବିବାହ କରିବା ପାଇଁ ଜିଦ୍ କରିଥିଲେ। ପରେ ଉମେଶ ନିଜର ପ୍ରେମିକାକୁ ମାରିବାକୁ ଯୋଜନା କରିଥିଲା । ମାଲକାନଗିରି ସୀମାନ୍ତ ଚାଲାଣଗୁଡା ଗାଁ ନିକଟରେ ପଥରରେ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ମଙ୍ଗଳଙ୍କ ମୃତଦେହକୁ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ଏହାପରେ ଫେରାର ହୋଇଯାଇଥିଲା ପ୍ରେମିକ । ପୋଲିସ ଅଭିଯୁକ୍ତ ଯୁବକ ଉମେଶ ନାଗକୁ ଗିରଫ କରିବାରେ ସଫଳ ହୋଇଛି । ଉଭୟଙ୍କ ପ୍ରେମ ସଂପର୍କ ବର୍ଷେ ହେବ ଗଢ଼ିଉଠିଥିଲା ବୋଲି ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Love_1745219301.jpg)