Advertisment

ଥାନା ଆଗରେ ବିଷ ପିଇଦେଲେ ଯୁବତୀ !

ଥାନା ପରିସରରେ ଅଭାବନୀୟ ଘଟଣା। ନ୍ବିୟାୟ ପାଇଁ ଆସି ହଠାତ ବିଷ ପିଇ ଦେଲେ ଯୁବତୀ ଆଉ ଏହାପରେ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ଥାନାରେ ମାମଲା ହୋଇଥିଲା, ଅଭିଯୁକ୍ତ ମଧ୍ୟ ଜେଲ୍ ଯାଇ ପରେ ଜାମିନରେ ଆସିଥିଲେ। ହେଲେ ପୁଣି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଥାନାରେ ଉଭୟ ପକ୍ଷର ଏତଲା ପରେ ୨ଟି ମାମଲା ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
love affairs

love affairs

Advertisment

 ନୟାଗଡ଼: ଇଟାମାଟି ଥାନା ପରିସରରେ ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ l ଏଭଳି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ଯୁବତୀଙ୍କ ପ୍ରେମିକ ତାଙ୍କୁ ଦୁଷ୍କର୍ମ କରି ଧୋକା ଦେଇଥିବା ଅଭିଯୋଗ ହୋଇଥିଲା l ଏ ନେଇ ସେ ଇଟାମାଟି ଥାନାରେ କିଛି ପୂର୍ବେ ଅଭିଯୋଗ ପରେ ସମ୍ପୃକ୍ତ ପ୍ରେମିକ ଗିରଫ ହୋଇଥିଲେ l

Advertisment

ତାଙ୍କୁ ବିବାହ କରିବାକୁ ଜିଦରେ ଅଟଳ ପ୍ରେମିକା ଜଣକ l ଗତକାଲି ଏହି ଘଟଣାକୁ ନେଇ ୨ ପରିବାର ମଧ୍ୟରେ ଝଗଡ଼ା ହେବାରୁ 2ଟି ମାମଲା ରୁଜୁ କରିଥିଲା ପୋଲିସ l ତେବେ କାହିଁକି ନ୍ୟାୟ ମିଳିଲାନି ବୋଲି ପ୍ରଶ୍ନ କରି ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ସଙ୍ଗେ ସଙ୍ଗେ ପୋଲିସ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି l

ତେବେ କାହିଁକି ନ୍ୟାୟ ମିଳିଲାନି ବୋଲି ପ୍ରଶ୍ନ କରି ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ସଙ୍ଗେ ସଙ୍ଗେ ପୋଲିସ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ