Advertisment

ଭିନ୍ନ ଜାତିର ଯୁବତୀକୁ ନେଇ ପଳାଇବା ପୁଅର ମାଆକୁ ଖୁଣ୍ଟରେ ବାନ୍ଧି ମାଡ଼

ପୁଅର ପ୍ରେମ ପାଇଁ ଦଣ୍ଡ ପାଇଲା ମା’ । ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ତା ମାଆ କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି।

ଅଦ୍ୟତନ ହୋଇଛି
Woman tied to lamp post, beaten up after son elopes with girl of another caste

Woman tied to lamp post, beaten up after son elopes with girl of another caste

Advertisment

ପୁଅର ପ୍ରେମ ପାଇଁ ଦଣ୍ଡ ପାଇଲା ମା’ । ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ତା ମାଆ କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି। ଫଳରେ ଗୁରୁତର ଅବସ୍ଥାରେ ଅରୁପ୍ପୁକୋଟ୍ଟାଇ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ୪୫ ବର୍ଷୀୟ ମହିଳା ମୀନାକ୍ଷୀ। ଘଟଣାକୁ ନେଇ ମୀନାକ୍ଷୀ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ପୋଲିସ ୧୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଉକ୍ତ ୧୪ ଜଣଙ୍କ ମଧ୍ୟରେ ଫେରାର ହୋଇଥିବା ଝିଅର ମା’ଙ୍କ ନାଁ ମଧ୍ୟ ରହିଥିବାର ଜଣାପଡିଛି ।

ସୂଚନା ଅନୁସାରେ , ମୀନାକ୍ଷୀଙ୍କ ପୁଅ ସେହି ଗାଁରେ ରହୁଥିବା ଅନ୍ୟ ଜାତିର ଜଣେ ଝିଅ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲେ । ଗତ ଜାନୁଆରୀ ମାସ ୨୨ ତାରିଖରେ ଉଭୟ କାହାକୁ କିଛି ନ କହି ଘରୁ ଫେରାର ହୋଇ ଯାଇଥିଲେ।

Advertisment

ବିବାହ କରିବା ପରେ ଉଭୟ ଅରୁପ୍ପୁକୋଟ୍ଟାଇ ଅଲ ଓମେନ ପୁଲିସ୍‌ ଷ୍ଟେସନରେ ପହଞ୍ଚି ପୋଲିସ୍‌କୁ ଜଣାଇ ସୁରକ୍ଷା ମାଗିଥିଲେ। ଏହା ପରେ ବି ଝିଅର ପରିବାର ଓ ସମ୍ପର୍କୀୟମାନେ ଗତ ଜାନୁଆରୀ ୨୫ ତାରିଖରେ ପୁଅ ଘରେ ପହଞ୍ଚି ମୀନାକ୍ଷୀଙ୍କୁ ମାଡ଼ ମାରିବା ସହ ବାହାରକୁ ଘୋଷାଡ଼ି ଆଣିଥିଲେ। ପରେ ତାଙ୍କୁ ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ।

Tamil Nadu Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ