Advertisment

ନିଶା ଦେଇ କାର୍‌ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ! ଚାକିରି ଆଶାରେ ଭେଟିବାକୁ ଯାଇଥିଲେ...

୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍‌ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Gurugram Rape Case

Woman techie drugged, raped in car

Advertisment

ନିଶା ଦେଇ କାର୍‌ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ! ୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍‌ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁଗ୍ରାମ ସ୍ଥିତ ଏକ ମଲ୍‌ର ପାର୍କିଂ ଏରିଆରେ ଏହି ଘଟଣା ଘଟିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭ ଦେଖାଇ ଭେଟିବାକୁ ଡାକିଥିଲେ। ଏହାପରେ ନିଶା ଦେଇ କାର୍‌ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଜଣକ ସେକ୍ଟର ୫୧ ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ: ବିଶ୍ୱାସରେ ବିଷ ଦେଲା ସାଙ୍ଗ: ରୁମ୍‌କୁ ଡାକିକି ନେଲେ, ଡ୍ରିଙ୍କସ୍‌ରେ ନିଶା ଦେଇ ଗଣଦୁଷ୍କର୍ମ କଲେ!

Advertisment

ମିଳିଥିବା ସୂଚନା ଅନୁସାରେ, ଅନ୍‌ଲାଇନ୍‌ରେ ଚାକିରି ଖୋଜୁଥିବା ସମ୍ପୃକ୍ତ ଯୁବତୀଙ୍କୁ ତୁଷାର ଶର୍ମା ଯୋଗାଯୋଗ କରିଥିଲେ। ଏହାପରେ ଯୁବତୀ ଜଣକ ତୁଷାରଙ୍କ ସହ ଯୋଗାଯୋଗରେ ଆସିଥିଲେ ଓ ଚାକିରି ଦେବା ଲାଗି ତୁଷାର ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଇଣ୍ଟରଭିୟୁର ଲୋଭ ଦେଖାଇ ଗତ ଶନିବାର ଦିନ ଯୁବତୀଙ୍କୁ ତୁଷାର ସାହାରା ମଲ୍‌ ଡାକିଥିଲେ। ସେଠାରେ ଯୁବତୀ ଜଣକ ଡକ୍ୟୁମେଣ୍ଟସ୍‌ ସହ ଅପରାହ୍ଣ ୧ଟାରେ ପହଞ୍ଚିବା ପରେ ଯୁବତୀଙ୍କୁ ଧରି ତୁଷାର କାର୍‌ରେ ମଲ୍‌ର ବେସ୍‌ମେଣ୍ଟକୁ ଯାଇଥିଲେ।

Advertisment

ସେଠାରେ ସେ ଯୁବତୀଙ୍କୁ ପାଣି ପିଇବା ପାଇଁ ଦେଇଥିଲେ। ଏହା ପିଇବା ପରେ ସମ୍ପୃକ୍ତ ଯୁବତୀ ବେହୋସ ହୋଇଯାଇଥିଲେ ଓ ପରେ ତୁଷାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯଦି ଏ କଥା ସେ କାହାକୁ କୁହନ୍ତି ତା’ହେଲେ ଜୀବନରୁ ମାରିଦେବା ପାଇଁ ତୁଷାର ଧମକ ଦେଇଥିଲେ। ଶେଷରେ ମଲ୍‌ ପାର୍କିଂ ଏରିଆରେ ଯୁବତୀଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଅଭିଯୋଗ ପରେ ପୋଲିସ୍‌ ଯୁବତୀଙ୍କ ମେଡିକାଲ୍‌ ପରୀକ୍ଷା କରାଇଥିଲା। ଏହାସହ ତୁଷାରଙ୍କ ବିରୋଧରେ FIR ରୁଜୁ କରି ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Rape Case Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ