Advertisment

ରାତାରାତି ମାଲାମାଲ୍‌ ହେବାପାଇଁ ସ୍ୱପ୍ନ ଦେଖିଥିଲେ, ହେଲେ IPL ବେଟିଂରେ ହାରି ଆତ୍ମହତ୍ୟା କଲେ ମା’ ଓ ପୁଅ

IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Woman, son ends life after losing money in IPL betting in rayagada

Woman, son ends life after losing money in IPL betting in rayagada

Advertisment

IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେଶଖାଲ ଥାନା ଅନ୍ତର୍ଗତ ଝିମିଡ଼ିପେଟା ଗାଁର ସ୍ୟାମେସ ଗୁଡ଼ୁଲା ଓ ତାଙ୍କ ମା’ ରଜନୀ ଗୁଡୁଲା। 

Advertisment

ସୂଚନା ଅନୁସାରେ, ସ୍ୟାମେସ ଓ ତାଙ୍କ ମା’ ରଜନୀ IPL ବେଟିଂରେ ବିପୁଳ ଅର୍ଥ ଲଗାଇ ଥିଲେ। ଏପରିକି ସେମାନେ ଟଙ୍କା ଉଧାର ଆଣିଥଇଲେ। ୩ ଦିନ ପୂର୍ବେ ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ସେମାନଙ୍କ ଘରକୁ ଆସିଥିଲେ। ଏହି ସମୟରେ ସ୍ୟାମେସ ଓ ତାଙ୍କ ମା’ଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଘରୁ କିଛି ମୂଲ୍ୟବାନ ଜିନିଷ ଉଠାଇ ନେବା ସହ ଧମକଚମକ ଦିଆଯାଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

IPL ବେଟିଂରେ ବିପୁଳ ଅର୍ଥ ହାରିବା ଦୁଃଖରେ ଓ ଟଙ୍କା ଉଧାର ଆଣିଥିବା ଲୋକଙ୍କ ସହ ପାଟିତୁଣ୍ଡକୁ ନେଇ ସ୍ୟାମେସ ଓ ରଜନୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ରଜନୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଗତ ରାତିରେ ଘରେ ସ୍ୟାମେସଙ୍କ ମୃତ୍ୟୁ ଘଟିଛି।

Advertisment

ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି। 

IPL 2022 IPL Betting In Odisha IPL Betting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ