Advertisment

‘ମୁଁ ତାକୁ ଭଲ ପାଉଥିଲି, ହେଲେ ସେ ମୋତେ ବିଷ ପିଏଇଦେଲା’

ପ୍ରେମିକାକୁ ବିଷ ଦେଇ ମାରିଲା ପ୍ରେମିକ। ଯୁବତୀଙ୍କ ମୃତ୍ୟୁ ପୂର୍ବର ଜମାନବନ୍ଦୀ ଭାଇରାଲ ହେବାରେ ଲାଗିଛି।

Woman 'poisoned to death' by boyfriend in Puri

Woman 'poisoned to death' by boyfriend in Puri

Advertisment

ପ୍ରେମିକାକୁ ବିଷ ଦେଇ ମାରିଲା ପ୍ରେମିକ। ୧୦ ଦିନର ଜୀବନ ମରଣ ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ପ୍ରେମିକା। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ଯୁବକ ଓ ତାଙ୍କ ପରିବାର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବତୀ ହେଲେ ଡେଲାଙ୍ଗ ବଙ୍କିଲୋ ଗାଁର ସ୍ନେହଲତା ସ୍ୱାଇଁ।

Advertisment

ଅଭିଯୋଗ ଅନୁସାରେ, ସ୍ନେହଲତା ପୁରୁଣା ଡେଲାଙ୍ଗ ଅଞ୍ଚଳର ବିଶ୍ୱମ୍ବର ମହାପାତ୍ରଙ୍କୁ ଭଲ ପାଉଥିଲେ। ଏକଥା ଉଭୟଙ୍କ ପରିବାର ଜାଣିଥିବା ବେଳେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୧୨ ତାରିଖରେ ବିଶ୍ୱମ୍ବର, ସ୍ନେହଲତାଙ୍କୁ ତାଙ୍କ ଘରକୁ ଡାକିଥିଲେ। ଏହାପରେ ପରିବାର ଲୋକଙ୍କ ସହ ମିଶି ବିଶ୍ୱମ୍ବର, ସ୍ନେହଲତାଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ। 

ଗୁରୁତର ଅବସ୍ଥାରେ ପରିବାର ଲୋକେ ବିଶ୍ୱମ୍ବରଙ୍କ ଗାଁରୁ ସ୍ନେହଲତାଙ୍କୁ ଉଦ୍ଧାର କରି ପ୍ରଥମେ ଡେଲାଙ୍ଗ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ୧୦ ଦିନର ଜୀବନ ମରଣ ସଂଘର୍ଷ ପରେ ଶେଷରେ ସ୍ନେହଲତା ଆଖି ବୁଜି ଦେଇଥିଲେ। 

Advertisment

ଯୁବତୀଙ୍କ ମୃତ୍ୟୁ ହୋଯାଇଥିବାରୁ ଅଭିଯୁକ୍ତ ବିଶ୍ୱମ୍ବର ଓ ତାଙ୍କ ପରିିବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ନେହଲତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ସେପଟେ ଯୁବତୀଙ୍କ ମୃତ୍ୟୁ ପୂର୍ବର ଜମାନବନ୍ଦୀ ଭାଇରାଲ ହେବାରେ ଲାଗିଛି।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ