Advertisment

ଦିନେ ଜନ୍ମ ଦେଇଥିଲେ, ଆଜି ଜୀବନ ନେଇଗଲେ...ଛୁଆକୁ ମାରିଲେ ନିଜେ ମଲେ

ଛୁଆ ନଖାଇବାରୁ ଏଥିରେ ରାଗିଯାଇ ଜଣେ ମହିଳା ନିଜର ୨ କଅଁଳ ଶିଶୁଙ୍କୁ କୂଅରେ ଫିଙ୍ଗିବା ସହ ନିଜେ ମୋଟର ପମ୍ପ ରୁମ୍‌ରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି।

ଅଦ୍ୟତନ ହୋଇଛି
Woman kills two sons hangs self

Woman kills two sons hangs self

Advertisment

ଛୁଆକୁ ମାରିଲେ ନିଜେ ମଲେ। ଦିନେ ଜନ୍ମ ଦେଇଥିଲେ, ଆଜି ଜୀବନ ନେଇଗଲେ। ତା’ବି ପୁଣି ସାମାନ୍ୟ କଥାକୁ ନେଇ। ଛୁଆ ନଖାଇବାରୁ ଏଥିରେ ରାଗିଯାଇ ଜଣେ ମହିଳା ନିଜର ୨ କଅଁଳ ଶିଶୁଙ୍କୁ କୂଅରେ ଫିଙ୍ଗିବା ସହ ନିଜେ ମୋଟର ପମ୍ପ ରୁମ୍‌ରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ତାମିଲନାଡୁର ନମକ୍କଲ ଜିଲ୍ଲା ମୋହନୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ- ଜି ଗୁଣବତୀ(୨୭), ତାଙ୍କ ପୁଅ ଜି ପ୍ରଣଭ ପ୍ରିୟାନ୍‌(୫) ଓ ଜି ସୁଜିଥ୍‌ ପ୍ରିୟାନ୍‌(୧୮ ମାସର ଶିଶୁ)। ପ୍ରଣଭ ପ୍ରାଇଭେଟ୍‌ ସ୍କୁଲ୍‌ରେ ଏଲ୍‌କେଜି ପଢ଼ୁଥିଲା। 

Advertisment

ସୂଚନା ଅନୁସାରେ, ୨୦୧୭ ମସିହାରେ ଗୋପିଙ୍କୁ ଗୁଣବତୀ ବାହା ହୋଇଥିଲେ। କିଛି ମାସ ପୂର୍ବେ ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ଗୁଣବତୀ ବାପାଙ୍କ ସହ ରହୁଥିଲେ। ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ ଗୁଣବତୀ ୨ ପିଲାଙ୍କୁ ପିଟିଥିଲେ। ପିଲାମାନେ ନଖାଇବାରୁ ସେ ସେମାନଙ୍କୁ ପିଟିଥିଲେ। ଏଥିରେ ରାଗି ଯାଇ ସେ ୨ ପିଲାଙ୍କୁ ଧରି ବାହାରକୁ ଚାଲି ଯାଇଥିଲେ। ଏହାପରେ ମୁରୁଗାନ୍‌ ମନ୍ଦିର ନିକଟରେ ଥିବା କୂଅକୁ ଗୁଣବତୀ ୨ ପିଲାଙ୍କୁ ଫିଙ୍ଗି ମୋଟର ପମ୍ପ ରୁମ୍‌ରେ ନିଜେ ଝୁଲି ପଡ଼ି ଆତ୍ମହତ୍ୟା କରିଥିଲେ।

କିଛି ଘଣ୍ଟା ପରେ ଗୁଣବତୀ ଓ ତାଙ୍କର ୨ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାରେ ମାମଲା ରୁଜୁ କରାଯାଇ ପୋଲିସ୍‌ ତଦନ୍ତ ଚଳାଇଛି। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ