Advertisment

‘ମୁଁ ହିଁ ମୋ ମା’କୁ ମାରିଛି’...ଟ୍ରଲି ବ୍ୟାଗ୍‌ରେ ମୃତଦେହ ଭର୍ତ୍ତି କରି ଥାନାରେ ପହଞ୍ଚିଲା ଝିଅ

ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିବା ସହ ମା’କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କଲା ଝିଅ। ବେଙ୍ଗାଲୁରୁର ମିକୋ ଲେଆଉଟ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି।

Woman kills mother in Bengaluru

Woman kills mother in Bengaluru

Advertisment

ମା’ର ହତ୍ୟାକାରୀ ସାଜିଲା ଝିଅ। ହତ୍ୟା ପରେ ଶବକୁ ଟ୍ରଲି ବ୍ୟାଗ୍‌ ଭିତରେ ଭର୍ତ୍ତି କରି ଥାନାରେ ଯାଇ ପହଞ୍ଚିଲା। ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିବା ସହ ମା’କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କଲା ଝିଅ। ବେଙ୍ଗାଲୁରୁର ମିକୋ ଲେଆଉଟ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ୩୦ ବର୍ଷୀୟା ଫିଜିଓଥେରାପିଷ୍ଟ୍‌ ନିଜ ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବିଭା ପଲ୍‌। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। 

Advertisment

ସୂଚନା ଅନୁସାରେ, ବିଲେକାହାଲ୍ଲିର ଏନ୍‌ଏସ୍‌ଆର୍‌ ଆପାର୍ଟମେଣ୍ଟରେ ଝିଅ ସୋନାଲି ସେନ୍‌ ସହ ବିଭା ରହୁଥିଲେ। ସବୁବେଳେ ମା’, ଝିଅଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ସୋମବାର ଦିନ କୌଣସି କଥାକୁ ନେଇ ମା’ ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୋନାଲି, ମା’ଙ୍କୁ  ଓଭରଡୋଜ୍‌ ନିଦ ବଟିକା ଦେଇଥିଲା। ବିଭା ଅଚେତ ହେବା ପରେ ସୋନାଲି ତାଙ୍କ ମୁହଁରେ ଟାୱେଲ୍‌ ଦେଇ ଶ୍ୱାସରୁଦ୍ଧ କରାଇ ଜୀବନ ନେଇଥିଲା।

ମା’କୁ ହତ୍ୟା ପରେ ଅଭିଯୁକ୍ତ ସୋନାଲି ଅପରାହ୍ଣ ପ୍ରାୟ ୧ଟାରେ ବ୍ଲୁ ରଙ୍ଗର ଟ୍ରଲି ବ୍ୟାଗ୍‌ ଧରି ଥାନାରେ ପହଞ୍ଚିଥିଲା। ମା’କୁ ହତ୍ୟା କରିଥିବା କଥା ସେ ପୋଲିସ୍‌ ଆଗରେ ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଥିଲା। ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ