Advertisment

ପ୍ରେମ ପାଇଁ ପାଗିଳି ହେଲା ମା’: ପ୍ରେମିକ ସହ ମିଶି ପୁଅକୁ ମାରି ପୋତି ଦେଲେ

ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ‍ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ।

ଅଦ୍ୟତନ ହୋଇଛି
Mother killed her Son

Woman Kills Her 3 Year Old Son In Kendrapara

Advertisment

ପ୍ରେମ ପାଇଁ ପାଗିଲି ହେଲା ମା’। ଆଉ ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ‍ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ମାଟିଆପଡ଼ା ଗାଁରେ ଏହି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଦୁହିଡିପୁର ଗାଁର ଜଣେ ମହିଳା ମାଟିଆ ପଡା ଗାଁର ସୁକାନ୍ତ ନାଥ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମହିଳାଙ୍କ ୩ଟି ସନ୍ତାନ ଥିବାବେଳେ ସୁକାନ୍ତ ବାହାରେ କାମ କରିବାକୁ ଯାଇଥାନ୍ତି।  ସ୍ୱାମୀଙ୍କ ଅନୁପସ୍ଥିତର ଫାଇଦା ଉଠାଇ ମହିଳା ଜଣକ ଗୁପ୍ତିରା ଗାଁର ଲଷ୍ମୀଧର ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପ୍ରେମ ହୋଇଥିଲା। ଧୀରେ ଧୀରେ ଏହି ସମ୍ପର୍କ ଏତେ ନିବିଡ଼ ହେଲା ଯେ ପରିବାର ଛାଡ଼ି ବିବାହ କରି ଅନ୍ୟତ୍ର ରହିବା ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ। ବଡ଼ ପୁଅ ଓ ଝିଅଙ୍କୁ ଘରେ ଛାଡି ସମ୍ପୃକ୍ତ ମହିଳା ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ପ୍ରେମରେ କଣ୍ଟା ସାଜିଥିଲା ୩ ବର୍ଷର ସାନ ପୁଅ।

ସାନ ପୁଅକୁ ନେଇ ପ୍ରେମିକ ଲଷ୍ମୀଧରଙ୍କ ସହ ମହିଳାଙ୍କର ଅଧିକାଂଶ ସମୟରେ କଳହ ହେଉଥିଲା। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ‍ବର୍ଷର ପୁଅର ହତ୍ୟା ପାଇଁ ପ୍ଲାନ୍‌ କରିଥିଲେ ଓ ପୁଅକୁ କଚାଡ଼ି ମାରିଦେଲେ। ଆଉ ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡ଼ି ଯାଇଥିବା କହି ମେଡିକାଲ୍‌ ଆଣିଥିଲେ। ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।  ପରେ କାହାକୁ କିଛି ନଜଣାଇ ଶିଶୁ ପୁତ୍ରକୁ ପୋତି ଦେଇଥିଲେ।

Advertisment

ଖବର ପାଇ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରି ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା। ଆଜି ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା। ପୋଲିସ, ସାଇଣ୍ଟଫିକ୍‌ ଟିମ୍‌, ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ଶବ ଉଦ୍ଧାର କରିବା ସହିତ ସହ ତଦନ୍ତ ଜାରି ରଖିଛି।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ