ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ଦେଖିଦେବାରୁ ପୁଅକୁ ପାଣିରେ ବୁଡ଼ାଇ ମାରିଦେଲା ମା’

ପାପ ପ୍ରଣୟ ପାଇଁ ପିଶାଚୀ ପାଲଟିଗଲା ମା’ । ସତରେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ । ନିଜ ଜନ୍ମକଲା ପିଲାକୁ ନିଜ ହାତରେ ମାରିପାରେ ।

murder

ମା’ .. ଦୁନିଆର ସବୁଠାରୁ ମଧୁର ଶବ୍ଦ । କିଛି କହିବା ଆଗରୁ ଯିଏ ସବୁ କିଛି ବୁଝିଯାଏ.. । ମା’ର ଚିରାଫଟା ପଣତକାନି ପିଲା ପାଇଁ ସବୁଠୁ ନିରାପଦ ସ୍ଥାନ । ଏ ପରିବର୍ତ୍ତିତ ଦୁନିଆରେ ମା’ର ଭଲପାଇବା ହିଁ ଅପରିବର୍ତ୍ତିତ କହିଲେ ଚଳେ । ଯେତେ କଷ୍ଟ ହେଲେ ସୁଦ୍ଧା ତା’ କୋଳରେ ମୁଣ୍ଡ ରଖିଦେଲେ ସବୁ କଷ୍ଟ ଉଭେଇ ଯାଏ । ହେଲେ ଆଜିକାଲିର ସ୍ୱାର୍ଥପର ଦୁନିଆରେ ମା’ର ମମତା ମଧ୍ୟ ଭେଜାଲ୍ ହୋଇଯାଇଛି । ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ମା’ର ମମତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରେଟର ନୋଏଡାର ବାଦଲପୁର ଥାନା ଅଞ୍ଚଳରୁ ଏପରି ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ନ୍ୟୁଡ୍‌ ଭିଡିଓ କଲ୍‌ରୁ ବ୍ଲାକ୍‌ମେଲିଙ୍ଗ୍‌; ଲୋକଲଜ୍ଜା ଭୟରେ ପେଟରେ ୨୫ ଥର କଇଁଚି ଭୁସିଲେ

ଅବୈଧ ପ୍ରେମ ପାଇଁ ନିଜର ୮ ବର୍ଷିୟ ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିଛି ମା’ । ପ୍ରେମିକ ସହିତ ମହିଳା ଜଣକ ଅସଞ୍ଜତ ଅବସ୍ଥାରେ ଥିବାବେଳେ ଉଭୟଙ୍କୁ ଦେଖି ପକାଇଥିଲା ପୁଅ । କାଳେ କାହାକୁ ଉଭୟଙ୍କ ଚୋରା ପୀରତି ସମ୍ପର୍କରେ କହିଦେବ, ଏଇ କଥା ଚିନ୍ତା କରି ନିଜ ପିଲାକୁ ନିଜ ହାତରେ ମାରିଦେଲେ ମହିଳା । ଯେଉଁ ପିଲାକୁ ୯ ମାସ ଗର୍ଭରେ ରଖି ଦୁନିଆକୁ ଆଣିଥିଲେ, ତା’କୁ ହତ୍ୟା କରିବା ସମୟରେ ତାଙ୍କ ହାତ ଥରିଲାନି । ଅତି ନିର୍ଦ୍ଦୟ ଭାବରେ ପ୍ରେମିକ ସହ ମିଶି କୁନି ପୁଅକୁ ରାସ୍ତାରୁ ହଟାଇ ଦେଲେ ।

ଗ୍ରେଟର ନୋଏଡାରୁ ଜୁନ୍ ୬ରୁ ଏକ ଶିଶୁ ନିଖୋଜ ଥିଲା । ଚାରି ଦିନ ପୂର୍ବରୁ ମିଳିଛି ପିଲାର ମୃତଦେହ । ଶିଶୁଟିର ମୃତଦେହ ମିଳିବା ପରେ ସବୁ କଥା ସ୍ପଷ୍ଟ ହୋଇଯାଇଛି । ଆଠ ବର୍ଷର ପୁଅକୁ ନିଜେ ତା’  ମା ହିଁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାର ଖୁଲାସା କରି ଛାନଭିନ୍‌ ଆରମ୍ଭ କରିଛି ପୋଲିସ ।

ମା’ ତା’ର ପ୍ରେମିକ ସହିତ ମିଶି ଶିଶୁକୁ ପାଣିରେ ବୁଡ଼ାଇ ହତ୍ୟା କରିଛି । ଏହି ଘଟଣାରେ ସମ୍ପୃକ୍ତ ପିଲାର ମା, ପ୍ରେମିକ ସମେତ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ୍‌ ।