’ମୋତେ ଛାଡ଼ ମୁଁ ଡେଇଁବି’ : କୁଆଖାଇ ନଦୀ ଉପରେ ଘଣ୍ଟାଏ ନାକେଦମ କଲେ ଯୁବତୀ

ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ ।

Representative image

News Summary

ନଦୀକୁ ଡେଇଁବାକୁ ଉଦ୍ୟମ କରି ପଥଚାରୀ, ପୋଲିସକୁ ନାକେଦମ କଲେ

ଚିତ୍କାର କରି ନଦୀକୁ ଡେଇଁବାକୁ ଉଦ୍ୟମ ବେଳେ ଧରିଲେ ପଥଚାରୀ

ହାତରୁ ଖସି ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କଲେ ଯୁବତୀ

ଶେଷରେ ଯୁବତୀଙ୍କୁ କାବୁ କରି ପିସିଅଆର୍ ଭ୍ୟାନରେ ନେଲା ପୋଲିସ

ଭୁବନେଶ୍ୱର : ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ । ହାତରୁ ଖସି ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କରୁଥିଲେ ଯୁବତୀ  । ତେବେ ଯୁବତୀ ଜଣଙ୍କ ଏଥିରୁ କ୍ଷାନ୍ତ ନହେବାରୁ ଲୋକେ ତାଙ୍କୁ ବଳପୂର୍ବକ ଏଥିରୁ ନିବୃତ୍ତ କରିଥିବା ଦେଖିବାକୁ ମିଳିଛି । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇଛି ।

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌ ସମୟରେ ଭାଉଜ ନିର୍ଯାତନା ଦେଉଥିବା ଅଭିଯୋଗ କରି ନଦୀରୁ ଡେଇଁବାରୁ ଚେଷ୍ଟା କରୁଥିଲେ ଯୁବତୀ । ଜାତୀୟ ରାଜପଥ ଉପରେ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା । କଟକ-ଭୁବନେଶ୍ୱର ଯିବାଆସିବା କରୁଥିବା ଯାତ୍ରୀ ଯୁବତୀଙ୍କୁ ଦେଖି ଏପରି ନକରିବା ପାଇଁ ବୁଝାସୁଝା କରିଥିଲେ । ତେବେ କୌଶଳ କରି ଯୁବତୀଙ୍କୁ ଆତ୍ମହତ୍ୟା କରୁଥିବା ଯୁବିତୀଙ୍କୁ ଧରି ନେଇଥିଲେ ଓ ପୋଲିସ ଜିମା ଦେଇଥିଲେ ।  

ତେବେ ଥାନାରେ ଯୁବତୀ ଜଣକ ଭାଉଜ ନାମରେ ଅଭିଯୋଗ କରିଛନ୍ତି । ଭାଉଜଙ୍କ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି ।  ପ୍ରାୟ ୩ ମାସ ହେଲା ଯୁବତୀଙ୍କୁ ତାଙ୍କ ଭାଉଜଙ୍କ ନିର୍ଯାତନା ଦେଉଛନ୍ତି ।  ହେଲେ କେବେ ଏଥିପାଇଁ ମୁହଁ ଖୋଲିନଥିଲେ, ଚୁପ୍‌ଚାପ ସବୁ ସହି ଘରେ ରହୁଥିଲେ । ହେଲେ ଯେତେବେଳ ଅସହ୍ୟ ହେଲା, ସେଏପରି ଚରମ ନିଷ୍ପତ୍ତି ନେଇଥିଲେ ।