Advertisment

Video: ବିଚ୍‌ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ, ଶେଷରେ ଜୀବନ ବଞ୍ଚାଇବା ଲାଗି...

ବିଚ୍‌ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ। ସୌଭାଗ୍ୟବଶତଃ, ଯୁବକଙ୍କ ମରଣାନ୍ତକ ଆକ୍ରମଣରୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।

Woman Attacked by Man With A Machete In Pune

Woman Attacked by Man With A Machete In Pune

Advertisment

ବିଚ୍‌ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ। ସୌଭାଗ୍ୟବଶତଃ, ଯୁବକଙ୍କ ମରଣାନ୍ତକ ଆକ୍ରମଣରୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। କାରଣ ସ୍ଥାନୀୟ ଲୋକେ ଆକ୍ରମଣକାରୀ ଯୁବକକୁ କାବୁ କରି ପୋଲିସ୍‌କୁ ହସ୍ତାନ୍ତର କରିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପୁଣେ ସହରର ସଦାଶିବ ପେଠ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆକ୍ରମଣକାରୀ ଯୁବକର ନାଁ ସାନ୍ତନୁ ଲକ୍ଷ୍ମଣ ଯାଦବ ଓ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ନାଁ ପ୍ରୀତି ରାମଚନ୍ଦ୍ର(୨୦)। 

Advertisment

ସୂଚନା ଅନୁସାରେ, ସାନ୍ତନୁ ପ୍ରଥମେ ପ୍ରୀତିଙ୍କ ସ୍କୁଟିକୁ ଅଟକାଇଥିଲେ। ଏହାପରେ ହାତରେ ଭୁଜାଲି ଧରି ତାଙ୍କୁ ଗୋଡ଼ାଇ ଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ଯୁବତୀ ଜଣକ ସାଲ୍‌ୱାର ପିନ୍ଧି ଥିବାବେଳେ କାନ୍ଧରେ ବ୍ୟାଗ ପକାଇଛନ୍ତି ଓ ମୁହଁକୁ କଭର୍‌ କରିଛନ୍ତି। ତାଙ୍କୁ ପିଛା କରି ଜଣେ ଯୁବକ ହାତରେ ଭୁଜାଲି ଧରି ତାଙ୍କୁ ରାସ୍ତା ମଝିରେ ଗୋଡ଼ାଉଛନ୍ତି। ଯୁବତୀଙ୍କ ପଛପଟୁ ସମ୍ପୃକ୍ତ ଯୁବକ ଆକ୍ରମଣ କରିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଉକ୍ତ ଯୁବତୀ ତତ୍‌କ୍ଷଣାତ ତଳୁ ଉଠି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

Advertisment

ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ଯୁବକଙ୍କୁ କାବୁ କରିବା ସହ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ। ପୋଲିସ୍‌ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କ ମା’ଙ୍କ କହିବା ଅନୁସାରେ, ଆକ୍ରମଣକାରୀ ଯୁବକ ତାଙ୍କ ଝିଅକୁ ହଇରାଣ କରୁଥିଲେ। 

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ