Advertisment

Nikky Murder Case: ଅଭିଯୁକ୍ତ ବିପିନ ପତ୍ନୀଙ୍କୁ ପୋଡି ମାରିବା ବେଳେ ଭିଡିଓ କରୁଥିଲେ ନିକ୍କୀଙ୍କ ବଡ ଭଉଣୀ, ତଥାପି ସେ କହୁଛି ମୁଁ ମାରିନି

ନିଜ ପତ୍ନୀଙ୍କୁ ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବିପିନ ଭାଟୀ କହିଛି ଯେ ସେ ନା ପତ୍ନୀଙ୍କୁ ମାରିଛି ନା ଏଥିପାଇଁ ତାକୁ କୌଣସି ଅନୁତାପ ଅଛି। ନିକ୍କୀ ନିଜେ ମରିଛନ୍ତି ବୋଲି ବିପିନ କହିଛି । କିନ୍ତୁ ନିକ୍କୀଙ୍କ ବାପା କହିଛନ୍ତି, ଯୌତୁକ ପାଇଁ ବିପିନ ତାଙ୍କ ଝିଅକୁ ମାରି ଦେଇଛି ।

Nikki Murder

Nikki Murder

Advertisment

ଗ୍ରେଟର ନୋଏଡାର କାସନାରେ ନିଜ ପତ୍ନୀ ନିକ୍କୀ ପାୟଲାଙ୍କୁ ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବିପିନ ଭାଟୀକୁ ପୋଲିସ ଗିରଫ କରିଛି । ପୋଲିସ ତାକୁ ଗୁଳି କରିଛି ଓ ତା ଗୋଡରେ ଗୁଳି ବାଜିଛି । ଶନିବାର ସନ୍ଧ୍ୟାରେ ବିପିନକୁ ପୋଲିସ ହେପାଜତକୁ ନେଇଥିଲା। ରବିବାର ସେ ସିରସା ଚୌହାରୀ ନିକଟରେ ହେପାଜତରୁ ପଳାଇବାକୁ ଚେଷ୍ଟା କରିଥିଲା, ଯେଉଁଥିପାଇଁ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା । ବିପିନର ଗୋଡରେ ବାଜିଥିଲା ଗୁଳି ।

Advertisment

ବିପିନ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ନିଜ ପତ୍ନୀ ନିକ୍କୀ ପାୟଲାଙ୍କ ଉପରେ କିଛି ତରଳ ପଦାର୍ଥ ଢାଳି ନିଆଁ ଲଗାଇ ତାଙ୍କୁ ହତ୍ୟା କରିଛି । ଗୁଳି ବାଜିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହସ୍ପିଟାଲରେ ବିପିନ ଭାଟୀଙ୍କୁ ପଚରାଗଲା ଯେ ତାଙ୍କୁ ଏହି କାମ ପାଇଁ ସେ ଅନୁତପ୍ତ କି ? ସେ କହିଲା ଯେ ସେ ନା ପତ୍ନୀଙ୍କୁ ମାରିଛି ନା ତାକୁ ଅନୁତାପ କରିବାକୁ ପଡୁଛି। ହସ୍ପିଟାଲ ବେଡ଼ରେ ଶୋଇଥିବା ବିପିନ ଭାଟୀ କହିଛି, "ସେ ନିଜେ ମରିଛନ୍ତି। ମୁଁ କିଛି କରି ନାହିଁ, ମୁଁ ତାଙ୍କୁ ମାରି ନାହିଁ ଆଉ ଅନୁତାପ ମଧ୍ୟ ନାହିଁ।

Advertisment

ସେ କହିଛି ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ତ ସବୁ ଘରେ ହୁଏ, ଏହା ଖୁବ୍ ସାଧାରଣ କଥା। ମୋତେ ଏହାର ବହୁତ ଅନୁତାପ ଅଛି ଯେ ମୋ ପତ୍ନୀ ଚାଲିଗଲେ। ବିପିନ ଭାଟୀ ଗ୍ରେଟର ନୋଏଡାର କାସନା ଥାନା ଅଞ୍ଚଳର ସିରସା ଗାଁର ବାସିନ୍ଦା। ଗ୍ରେଟର ନୋଏଡାରେ ହିଁ ରୂପବାସ ଗାଁର ନିକ୍କୀ ପାୟଲାଙ୍କ ସହିତ ତାଙ୍କର ବିବାହ ଡିସେମ୍ବର ୨୦୧୬ରେ ହୋଇଥିଲା। ନିକ୍କୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ବିବାହ ପରେ ବିପିନ ଯୌତୁକ ପାଇଁ ତାଙ୍କ ଝିଅକୁ ନିର୍ଯାତନା ଦେଉଥିଲେ।

ବିପିନର ଅନ୍ୟ ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ମଧ୍ୟ ଥିଲା । ଏହାକୁ ନିକ୍କୀଙ୍କ ଭାଇ ନିଜେ ଧରିଥିଲେ। ପରିବାରର ଅଭିଯୋଗ ଅନୁସାରେ, ବିପିନ ଯୌତୁକ ବାବଦରେ ୩୫ ଲକ୍ଷ ଟଙ୍କା ଦାବି କରିଥିଲେ। ନିକ୍କୀଙ୍କ ବଡ଼ ଭଉଣୀ କଞ୍ଚନ ପାୟଲାଙ୍କ ବିବାହ ବିପିନଙ୍କ ବଡ଼ ଭାଇ ରୋହିତ ଭାଟୀଙ୍କ ସହିତ ହୋଇଛି। ନିକ୍କୀଙ୍କୁ ଜାଳିବା ସମୟରେ କଞ୍ଚନ ହିଁ ଘଟଣାର ଭିଡିଓ କରିଥିଲେ, ଯାହା ପରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ବିବାହରେ ନିକ୍କୀଙ୍କ ବାପା ଯୌତୁକ ବାବଦରେ ଏକ ସ୍କର୍ପିଓ ଗାଡ଼ି ଦେଇଥିଲେ। ପରେ ଏକ ବୁଲେଟ ମୋଟରସାଇକେଲ ମଧ୍ୟ ସେ ବିପିନଙ୍କୁ ଦେଇଥିଲେ। ନିକ୍କୀଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ନିଜେ ପାର୍ଲର ଚଳାଇ ନିଜ ପିଲାମାନଙ୍କୁ ପାଳୁଥିଲେ। ତଥାପି ବିପିନ ତାଙ୍କ ଝିଅର ଜୀବନ ନେଇଛି।

Advertisment

ଅଧିକ ପଢ଼ନ୍ତୁ: Dowry Murder Case: କୁନି ଓଠରେ କହିଲା ମାଆ ହତ୍ୟାର ଛାତିଥରା କାହାଣୀ 

Murder Dowry Murder Husband Kills Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ