Advertisment

ବୋମା ଗୁଜବର ଖୋଲିଲା ରହସ୍ୟ ! ଜାଣନ୍ତୁ କିଏ ଦେଉଥିଲା ଧମକ...

କିଛି ଦିନ ହେଲା ସ୍କୁଲ, ଟ୍ରେନ୍ ଓ ବିମାନକୁ ବୋମା ଧମକ ମିଳୁଛି। ଅନେକ ସମୟରେ ପୋଲିସ ଓ ସାଧାରଣ ଲୋକଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡୁଛି। ଏହା ପଛରେ କିଏ ଅଛି ଓ କାହିଁକି ଏପରି ଧମକପୂର୍ଣ୍ଣ ମେଲ୍ କରୁଛି ଜାଣନ୍ତୁ...

ଅଦ୍ୟତନ ହୋଇଛି
The Man Behind Threat Calls To Airlines

The Man Behind Threat Calls To Airlines

Advertisment

କିଛି ଦିନ ହେଲା ସ୍କୁଲ, ଟ୍ରେନ୍ ଓ ବିମାନକୁ ବୋମା ଧମକ ମିଳୁଛି। ଅନେକ ସମୟରେ ପୋଲିସ ଓ ସାଧାରଣ ଲୋକଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡୁଛି। ଟ୍ରେନ୍ ଓ ବିମାନ ଚଳାଚଳରେ ବିଳମ୍ୱ ହେଉଥିବା ବେଳେ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ମାତ୍ର ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡୁଛି। ଏହା ପଛରେ କିଏ ଅଛି ଓ କାହିଁକି ଏପରି ଧମକପୂର୍ଣ୍ଣ ମେଲ୍ କରୁଛି ତାହା ଜାଣିବା ପାଇଁ ଅନେକ ସମୟରୁ ଚେଷ୍ଟା କରାଯାଉଥିଲା। ଶେଷରେ ଏହି ଘଟଣାର ମାଷ୍ଟରମାଇଣ୍ଡର ସନ୍ଧାନ ମିଳିଛି।

Advertisment

ମହାରାଷ୍ଟ୍ରର ପୂର୍ବ ବିଦର୍ଭ ଅଞ୍ଚଳର ମାଓ ପ୍ରଭାବିତ ଗୋନ୍ଦିଆ ଜିଲ୍ଲାର ଜଣେ ୩୫ ବର୍ଷୀୟ ଯୁବକ ଏହା ପଛରେ ଥିବା କୁହାଯାଉଛି। ଯୁବକ ଜଣକ ହେଲେ ଆତଙ୍କବାଦ ଉପରେ ଏକ ପୁସ୍ତକ ଲେଖିଥିବା ଜଗଦୀଶ ଉଇକେ। ସେ ଦାବି କରିଛନ୍ତି ଯେ ଏକ ଗୁପ୍ତ ଆତଙ୍କବାଦୀ ସଂକେତ (25-MBA-5-MTR) ଡିସିଫର୍ କରିଛି ଯାହା ପାଞ୍ଚ ଦିନ ମଧ୍ୟରେ ଟ୍ରେନ୍ ଏବଂ ରେଳ ପରିସରରେ ୩୦ଟି ବିସ୍ଫୋରଣ ନେଇ ପୂର୍ବାନୁମାନ କରିଛି। ଯାହାକୁ ନେଇ ଏବେ ସେ ପୋଲିସ୍ ରାଡାର୍‌ରେ ଅଛନ୍ତି।

ପୂର୍ବରୁ ୨୦୨୧ରେ ଏହି ମାମଲାରେ ସେ ଗିରଫ ହୋଇଥିଲେ। ଏହି ଘଟଣା ବିଷୟରେ ଜଣାପଡିବା ପରେ ସେ ଫେରାର୍ ହୋଇଯାଇଥିବା ଜଣାପଡିଛି। ଉପରିସ୍ଥ ସୁରକ୍ଷା ଏଜେନ୍ସିର ସୂତ୍ର ଅନୁଯାୟୀ, ଉଇକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ରେଳମନ୍ତ୍ରୀ, ମହାରାଷ୍ଟ୍ର ସିଏମ୍ ଏବଂ ଡେପୁଟି ସିଏମ୍, ବିମାନ ବନ୍ଦର କାର୍ଯ୍ୟାଳୟ, ଡିଜିପି ଏବଂ ରେଳ ସୁରକ୍ଷା ବଳ ସମେତ ବିଭିନ୍ନ ସରକାରୀ ଏଜେନ୍ସିକୁ ଇମେଲ ପଠାଇଛନ୍ତି। ଏହାପରେ ନାଗପୁର ପୋଲିସ ସୋମବାର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ତ୍ରିକୋଣୀ ପାର୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛି।

Advertisment

ଉଇକେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ବୈଠକ କରିବାକୁ ଅନୁରୋଧ କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସବିଶେଷ ଆଲୋଚନା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଅକ୍ଟୋବର ୨୧ ରେ ଉଇକେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ପଠାଇଥିବା ଇମେଲ, ଯାହା ଡିଜିପି ଏବଂ ଆରପିଏଫକୁ ମଧ୍ୟ ପଠାଯାଇଥିଲା। ଏହାପରେ ରେଲୱେ ଷ୍ଟେସନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। 

Bomb Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ