Advertisment

Encounter: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ

ପୋଲିସ ଗୁଳିରେ କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇଛି। ପୀତାତଳି-ଚିକିଟି ରାସ୍ତାରେ ପୋଲିସ ସୁନୀଲ ନାହକୁ ଏନକାଉଣ୍ଟର କରିଛି।

Encounter in Berhampur

Encounter in Berhampur

Advertisment

ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଗୁଳିରେ କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇଛି। ପୀତାତଳି-ଚିକିଟି ରାସ୍ତାରେ ପୋଲିସ ସୁନୀଲ ନାହକୁ ଏନକାଉଣ୍ଟର କରିଛି। ଆହତ ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୁନୀଲ ନାଁରେ ବୋମା ମାଡ଼, ୨ଟି ହତ୍ୟାକୁ ମିଶାଇ ୨୦ରୁ ଅଧିକ ମାମଲା ରହିଛି। ଏହା ସହିତ ରାହାଜାନୀ, ହତ୍ୟା ଧମକ, ଦାଦାବଟି ଭଳି ମଧ୍ୟ ମାମଲା ଥିବା ପୋଲିସ ସୂଚନା ଦେଇଛି। ତେବେ ସୁନୀଲକୁ ଧରିବା ପାଇଁ ପୋଲିସ ପିଛା କରିବା ବେଳେ ସେ ପ୍ରଥମେ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

ପ୍ରଥମେ ସୁନୀଲ କରିଥିବା ଗୁଳି ପୋଲିସ ଗାଡ଼ିରେ ବାଜିଥିଲା। ଏହାପରେ ପୋଲିସର ପାଲଟା ଗୁଳିମାଡ଼ରେ ସୁନୀଲ ଆହତ ହୋଇଛି। ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଛି। ତେବେ ତା' ନିକଟରୁ ଗୋଟିଏ ମାଉଜର ଓ ବାଇକ ଜବତ ହୋଇଛି। 

Advertisment
Odisha Police Police Encounter Ganjam Crime Law And Order Wanted Criminal Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ