Advertisment

ସ୍ତ୍ରୀର ଚରିତ୍ରକୁ ସନ୍ଦେହ ! ଘରକୁ ଆସିଥିବା ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣୁଥିବାର ଭିଡିଓ ଭାଇରାଲ୍

ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

ଅଦ୍ୟତନ ହୋଇଛି
crime video

crime video

Advertisment

କରଞ୍ଜିଆ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ହେଲା ସ୍ୱାମୀ । ଘରକୁ ଆସିଥିବା ଯୁବକଙ୍କୁ ହାଣିଲେ । କଟୁରୀରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣୁଥିବା ଭିଡ଼ିଓ ଭାଇରାଲ । କରଞ୍ଜିଆ ଅଞ୍ଚଳରେ ଏପରି ଏକ ଭିଡ଼ିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । କରଞ୍ଜିଆ ସହରରେ ଦୋକାନ କରିଥିବା ଜଣେ କମ୍ପୁଟର ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଖବର ଆସିଛି । ହେଲେ ସୌଭାଗ୍ୟବଶତଃ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କମ୍ପୁଟର ଦୋକାନୀ ।

Advertisment

ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି । କମ୍ପ୍ୟୁଟର ଦୋକାନୀ ଜଣଙ୍କ କଟୁରୀରେ ହାଣୁଥିବା ଯୁବକଙ୍କ ଘରକୁ ଯାଇଥିବା ବେଳେ ଏପରି ଅଘଟଣ ହଇଥିବା ଜଣାପଡ଼ିଛି । ହାଣୁଥିବା ଯୁବକ ଜଣଙ୍କ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କମ୍ପ୍ୟୁଟର ଦୋକାନୀକୁ ଗୋଡ଼ାଇ ଗୋଡ଼ାଇ ହାଣିବା ପାଇଁ ଉଦ୍ୟମ କରିଥିଲେ । ତେବେ ଏହି ଆକ୍ରମଣରେ କମ୍ପ୍ୟୁଟର ଦୋକାନୀଙ୍କ ବାମ ହାତରେ ଆଘାତ ଲାଗିଛି ।

ଏନେଇ କମ୍ପ୍ୟୁଟର ଦୋକାନୀ ଜଣକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଯୁବକକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ତେବେ ଏ ସମ୍ପର୍କରେ ଅଭିଯୋଗ କାରୀ କିମ୍ବା ପୋଲିସ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ