Advertisment

ପୁଣି ମଣିପୁରରେ ତେଜିଲା ହିଂସା: ୩ ଯୁବକଙ୍କୁ ବୀଭତ୍ସ ହତ୍ୟା

୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା। କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Violence In Manipur After 2 Weeks

Violence In Manipur After 2 Weeks

Advertisment

୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା। କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ପରେ ସଶସ୍ତ୍ର ଦୁର୍ବୃତ୍ତମାନେ ମିଆଁମାରକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ନାଗା ବହୁଳ ଉଖରୁଲ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

Advertisment

ଶୁକ୍ରବାର ଦିନ ଭୋର ସମୟରେ ଥୋୱାଇ କୁକିର କୁକି ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ- ଥାଙ୍ଗଖୋକାଇ ହାଓକିପ୍‌(୩୫), ଜାମଖୋଗିନ ହାଓକିପ୍‌(୨୬) ଓ ହୋଲେନସନ୍‌ ବାଇତେ(୨୪)। ଏମାନେ ସମସ୍ତେ ରାତିରେ ଗାଁର ସୁରକ୍ଷା ଦାୟିତ୍ୱରେ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି। 

ଶେଷଥର ପାଇଁ ଗତ ୫ ତାରିଖରେ ମଣିପୁରା ହିଂସା ଦେଖାଦେଇଥିଲା। ଗୋଷ୍ଠୀ ସଂଘର୍ଷରେ ୬ ଜଣଙ୍କ ମୃତ୍ୟୁ, ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ।

Advertisment

ସୂଚନାଥାଉ କି, ଗତ ମେ’ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହୋଇଥିଲା ବିରୋଧର ସ୍ୱର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ