Advertisment

ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁଦର୍ଶନଙ୍କ ବହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି

ଅଦ୍ୟତନ ହୋଇଛି
vigillance

vigillance

Advertisment

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ । କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍ । ବାବୁଙ୍କ କୋଠା ଦେଖିଲେ ଆଖି ଖୋସି ହୋଇଯିବ । ଚକାଚକ୍ ଘର ସାଙ୍ଗକୁ ପୁଳା ପୁଳା ଟଙ୍କା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ରେଡ୍ ଚାଲିଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ବ୍ରହ୍ମପୁର ଲୋଚାପଡ଼ାରେ କନଷ୍ଟେବଲଙ୍କ ୩ ମହଲା ଘରେ ରେଡ୍ ହୋଇଛି ।

Advertisment

ବ୍ରହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ମଧ୍ୟ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି । ବହୁ ଦିନରୁ ସୁଦର୍ଶନ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା । ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଆଜି ଚଢ଼ାଉରେ ସାମିଲ ହୋଇଛନ୍ତି।

ସୁଦର୍ଶନ ପ୍ରଧାନଙ୍କ ବ୍ୟାଙ୍କ୍ ପାସବୁକ୍ ଜବତ କରାଯାଇଛି । ଅନ୍ୟ କେଉଁ ବ୍ୟବସାୟରେ ସଂପୃକ୍ତ ଅଛନ୍ତି କି ପଚରାଉଚରା କରାଯାଇଛି । ଏହାବ୍ୟତୀତ ତାଙ୍କ ଘରୁ ସୁନା ଅଳଙ୍କାର ମଧ୍ୟ ମିଳିଛି । 

Advertisment
Vigilance Raid Ganjam Sudarsan Pradhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ