Advertisment

ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

ଅଦ୍ୟତନ ହୋଇଛି
UP Man Cuts His Neck To Offer To Lord Shiva

crime

Advertisment

ଭୋଳାଙ୍କ ଭକ୍ତିରେ ଭୋଳ ହୋଇ ବେକ କାଟିଦେଲେ ଭକ୍ତ ମହାଦେବଙ୍କ ଉଦ୍ଦେଶ୍ୟରେ ମସ୍ତକ ଅର୍ପଣ କରିବା ପାଇଁ ଜଣେ ୩୦ ବର୍ଷିୟ ଯୁବକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶର ଲଲିତପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣକ ଇଲେକ୍ଟ୍ରିକ୍‌ କଟର ମେସିନ ସାହାଯ୍ୟରେ ବେକ କାଟି ଦେଇଥିବା ଜଣାପଡ଼ିଛି । ଏବେ ତାଙ୍କୁ ଝାନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

Advertisment

ଗୁରୁତର ଯୁବକ ଜଣକ ହେଲେ ଲଲିତପୁର ଥାନା ଅନ୍ତର୍ଗତ ରଘୁନାଥପୁରା ଗାଁର ଦୀପକ କୁଶୱା । ମଙ୍ଗଳବାର ଦିନ ସେ ପ୍ରାୟ ସକାଳ ୪ଟା ସମୟରେ ପାଖ ଶିବ ମନ୍ଦିରକୁ ଯାଇଥିଲେ । ଆଉ ସେଠାରେ ଭଗବାନଙ୍କୁ ମୁଣ୍ଡ ଦେଇଦେବା ପାଇଁ ବେକରେ କଟର ମେସିନ ଚଳାଇ ଦେଇଥିଲେ । ଆଉ ତା’ପରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ।

ପରେ ଦୀପକଙ୍କୁ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଝାନ୍ସି ହସ୍ପିଟାଲକୁ ରେଫର କରାଯାଇଛି ।

Advertisment

ଦୀପକଙ୍କ ବାପା ପଲଟୁରାମଙ୍କ ଅନୁସାରେ, ଦୀପକଙ୍କ ଦୁଇଟି ପିଲାଥିବା ବେଳେ କିଛି ଦିନ ହେବ ସେ ଭଗବାନଙ୍କ ପ୍ରେମରେ ବିଭୋର ଥିଲା । ସବୁବେଳେ ପାଖରେ ରଖିଥିବା ଏକ ଡାଏରୀରେ ଶିବଙ୍କ ସମ୍ପର୍କରେ ଲେଖାଲେଖି କରୁଥିଲା । ତେବେ ଶିବଙ୍କ ଉଦ୍ଦେଶ୍ୟରେ ମସ୍ତକ ଅର୍ପଣ କରିବା ପାଇଁ ଥିବା ଇଚ୍ଛା ମଧ୍ୟ ଡାଏରୀରେ ଉଲ୍ଲେଖ ଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି ।

ଅନେକ ସମୟରେ ଶିବଙ୍କ ଦର୍ଶନ ପାଇବା ପରେ ତଥା ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଭକ୍ତ ବିଭିନ୍ନ ଅଦ୍ଭୁତ କାମ ସବୁ କରିଥାଆନ୍ତି । କିନ୍ତୁ ଏଭଳି ପାଗଳାମୀ କରିବା ବୋଧହୁଏ ପ୍ରଥମ ଥର ଦେଖିବା ପାଇଁ ମିଳିଛି ।

Advertisment
Lord Shiva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ