Advertisment

ଚୋରି ଅଭିଯୋଗରେ ଉଠାଇ ଆଣିଥିଲେ, ଅଟକ ରଖି ନିର୍ଧୂମ ମାଡ଼ ମାରିଲା ପୋଲିସ୍‌ !

ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ପୋଲିସ୍‌ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଯୁବକଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖି ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Youths Allegedly Being Beaten Up By Police

Youths Allegedly Being Beaten Up By Police

Advertisment

ମାଲକାନଗିରି: ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ପୋଲିସ୍‌ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଯୁବକଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖି ନିର୍ଧୂମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଯୁବକ ଦ୍ୱୟ  ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଏହି ଘଟଣା ଘଟିଛି। ଯୁବକ ଦ୍ୱୟ ହେଲେ ବିନୋଦ ବିଶ୍ୱାସ ଓ ବିପ୍ଲବ ହାଲଦାର।

Advertisment

ବିନୋଦ ଓ ବିପ୍ଲବଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ପୂର୍ବେ ଏମଭି-୮୯ ଗାଁରୁ ଜଣଙ୍କ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି ଘଟଣାରେ ଗାଁରେ ଖାପ୍ ପଞ୍ଚାୟତ ବସି ସେମାନଙ୍କୁ ପ୍ରବଳ ମାଡ଼ ମରା ଯାଇଥିଲା। ଏହାପରେ ଥାନାରେ ଅଭିଯୋଗ ପରେ ପୋଲିସ୍ ସେମାନଙ୍କୁ ଉଠାଇ ଆଣି ତିନି ଦିନ କାଳ ନିସ୍ତୁକ ପିଟିଥିଲା ।

Advertisment

ହେଲେ ଯୁବକ ଦ୍ୱୟ ଆଣିଥିବା ଅଭିଯୋଗକୁ ପୋଲିସ୍ ଅସ୍ୱୀକାର କରିଛି। ମାଲକାନିଗିରି ଏସ୍‌ପି କହିଛନ୍ତି, ପୋଲିସ୍ ହେପାଜତରେ ଯୁବକଙ୍କୁ ମାଡ଼ ମରାଯାଇ ନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରି ପୋଲିସ୍‌ ଜିମା ଦେଇଥିଲେ । ଏନେଇ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

Youth Beaten Up By Cop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ