Advertisment

୧୩ ହଜାର ଚାନ୍ଦା ମାଗି ଦୁଇ ଗିରଫ

ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଗିରଫ। କଟକ କଲେଜ ଛକ ପୂଜା କମିଟି ର ଦୁଇ ଜଣ ଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ । କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀ ଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ ।

two arrest

two arrest

Advertisment

କଟକ : ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଗିରଫ। କଟକ କଲେଜ ଛକ ପୂଜା କମିଟି ର ଦୁଇ ଜଣ ଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ । କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀ ଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ତେବେ ସେ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ ଚମକ ଦେଇଥିଲେ।

Advertisment

ଏହାକୁ ନେଇ ମାଲଗୋଦାମ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଦୁଇଜଣ ଙ୍କୁ ଗିରଫ କରୀ କୋର୍ଟ ଚାଲାଣ କରିଛି। ତେବେ ଅଭିଯୁକ୍ତ ଦୁଇଜଣ ମଧ୍ୟ ରୁ ଜଣେ ଦହିବରା ବେପାରୀ ଓ ଜଣେ ଠେଲା ଜଳଖିଆ ଦୋକାନୀ। ତେବେ ଏହି ଘଟଣାରେ ଯଦି ଅନ୍ୟମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳେ ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଟକ ଜୋନ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ସେପଟେ ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କଟକ ଡିସିପି କହିଛନ୍ତି । ତଥାପି ସୁଧୁରୁନାହାନ୍ତି ଲୋଖେ । ଏଥର ପୂଜାରେ ଚାନ୍ଦା ଜୁଲମକାରୀଙ୍କୁ ଛଡ଼ାଯିବ ନାହିଁ । ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି କଟକ ଡିସିପି । ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ ।

Advertisment

ଏହାକୁ ରୋକିବା ପାଇଁ ପୋଲିସ୍ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ତେବେ ଚଳିତ ପାର୍ବଣ ଋତୁରେ କେହି ଜୋରଜବରଦସ୍ତ ଚାନ୍ଦା ମାଗୁଥିଲେ ତୁରନ୍ତ ସୂଚନା ଦେବାକୁ କହିଛନ୍ତି ଡିସିପି । ଏହାସହ ସୂଚନାକାରୀଙ୍କ ନାଁକୁ ଗୋପନ ରଖାଯିବ ବୋଲି କହିଛନ୍ତି କଟକ ଡିସିପି ।

Advertisment
Forcible ‘Chanda’ Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ