Advertisment

ପୁଣି ଥରେ ହିଂସାକାଣ୍ଡ, ନକ୍ସଲ ଉଡ଼ାଇଲେ ରେଲୱେ ଟ୍ରାକ୍

ପୁଣି ଥରେ ମାଓବାଦୀ ଘଟାଇଛନ୍ତି ହିଂସାକାଣ୍ଡ। IED ବିସ୍ଫୋରଣ କରି ରେଲୱେ ଟ୍ରାକ୍ ଉଡ଼ାଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୃଥକ ପୃଥକ ଦୁଇଟି ସ୍ଥାନରେ IED ବିସ୍ଫୋରଣ ହୋଇଛି।

Blast In Railway Track

Blast In Railway Track

Advertisment

ପୁଣି ଥରେ ମାଓବାଦୀ ଘଟାଇଛନ୍ତି ହିଂସାକାଣ୍ଡ। IED ବିସ୍ଫୋରଣ କରି ରେଲୱେ ଟ୍ରାକ୍ ଉଡ଼ାଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୃଥକ ପୃଥକ ଦୁଇଟି ସ୍ଥାନରେ IED ବିସ୍ଫୋରଣ ହୋଇଛି।

Advertisment

ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟ ଓଡ଼ିଶାର କେ. ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକରେ ବିସ୍ଫୋରଣ ଘଟିଛି । ଘଟଣାସ୍ଥଳ ରେଞ୍ଜଡ଼ା ରେଲୱେ ଷ୍ଟେସନରେ ଆଣ୍ଟି ନକ୍ସଲ ଅପରେସନ ଟିମ୍, ଆଇଜି ଅପରେସନ, ADG ଅପରେସନ ଓ ରାଉରକେଲା ଏସପି ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଗତକାଲି ବି କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ ଘଟିଥିଲା । IED ବିସ୍ଫୋରଣ ଘଟାଇ ରେଲୱେ ଟ୍ରାକ୍ ଉଡ଼ାଇଥିଲେ ମାଓବାଦୀ । ଏଥିରେ ରେଲୱେ କର୍ମଚାରୀ ଇଟିୱା ଓରାମଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । କାଲିର ବିସ୍ଫୋରଣ ପରେ ବିମଳାଗଡ଼ ସେକ୍ସନ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ଥିଲା ।

Advertisment

ଇଟିୱା ଓରାମଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଥିଲେ । ସେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।

ମାଓବାଦୀମାନେ ସହୀଦ ସପ୍ତାହ ପାଳନ କରୁଥିବା ବେଳେ ଶେଷ ଦିନରେ ଏପରି ହିଂସାକାଣ୍ଡ ଘଟାଇଥିଲେ । ଶେଷ ଦିନରେ ମାଓବାଦୀ ଘଟାଇଲେ ହିଂସାକାଣ୍ଡ। ସେମାନେ ଟ୍ରାକରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ଦୁଇ ରେଲ କର୍ମଚାରୀ ଉକ୍ତ ଜାଗାରେ ଡ୍ୟୁଟି କରୁଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ଅଘଟଣ ଘଟିଥିଲା

Advertisment

ମାଓବାଦୀମାନେ ଏପରି କାଣ୍ଡ ଘଟାଇବା ପରେ ନିକଟସ୍ଥ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଘଟଣା ପରେ ତୁରନ୍ତ ଯବାନଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

Indian Railways Jharkhand Naxal Bomb Blast Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ