ବାପାମାଆଙ୍କ ଉପରେ ରାଗ : ୯ ବର୍ଷର ପୁଅକୁ ଟ୍ରାକ୍ଟର ଚଢ଼ାଇ ମାରିଦେଲା ଡ୍ରାଇଭର୍

ଇଟା ଭାଟିରେ ଟ୍ରାକ୍ଟର ଧକ୍କାରେ ୯ ବର୍ଷର ନାବାଳକ ମୃତ

murder

ବାପା, ମାଆଙ୍କ ସହ ଝଗଡ଼ା ହେଲା, ହେଲେ ଭୋଗିଲା ନୀରିହ ପିଲା । ଟ୍ରାକ୍ଟଟ ଧକ୍କାରେ ଚାଲିଗଲା ୯ ବର୍ଷର ନାବାଳକର ଜୀବନ । ମାଆବାପା ସହ ଗଣ୍ଡଗୋଳରେ ରାଗି ଯାଇ ପୁଅ ଉପରେ ଚଢ଼ାଇ ଦେଲେ ଟ୍ରାକ୍ଟର । ଏଭଳି କିଛି ଘଟଣା ଘଟିଛି, ବାଲେଶ୍ୱର ଜଳେଶ୍ୱର ବ୍ଲକ ଶେଖରପୁରରେ ।

ଗାଁରେ ଥିବା ଏକ ଇଟାଭାଟିରେ କାମ କରୁଥିବା ବିହାରର ଜଣେ ଶ୍ରମିକ ପରିବାରର ୯ ବର୍ଷର ପିଲା ଉପରେ ଚଢ଼ି ଯାଇଛି ଟ୍ରାକ୍ଟର । ଇଟା ଭାଟି ନିକଟରେ ଖେଳୁଥିବା ବେଳେ ଟ୍ରାକ୍ଟର ମାଡ଼ି ଯିବା ଯୋଗୁଁ ଘଟଣାସ୍ଥଳରେ ତାର ଜୀବନ ଯାଇଛି । ହେଲେ ଏହାକୁ କୌଣସି ଦୁର୍ଘଟଣା ନୁହେଁ, ବରଂ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ।

ପୂର୍ବରୁ ଇଟାଭାଟିରେ ଲୋଡିଂକୁ ନେଇ ଟ୍ରାକ୍ଟର ଡ୍ରାଇଭର ଓ ମୃତକ ପିଲାର ବାପାମାଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏଥିରେ ରାଗି ଯାଇ ଡ୍ରାଇଭର ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।