Advertisment

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ପ୍ରତାରଣା, ଠକେଇ ଅଭିଯୋଗ ଆଣିଲେ ପ୍ରେମିକା

ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ। ବିଜୟ ଶଙ୍କର ନ ଆସିବାରୁ ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା ।

FIR Against MLA

FIR Against MLA

Advertisment

ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ଏତଲା ଦେଲେ ପ୍ରେମିକା । ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା । ପ୍ରତିଶ୍ରୁତି ଦେଇ ବିବାହ ପାଇଁ ନ ଆସିବାରୁ ଏତଲା ଦାୟର କରିଥିବାର ସୂଚନା ମିଳିଛି । ବିଧାୟକଙ୍କ ନାଁରେ ଠକେଇ, ପ୍ରତାରଣା ଅଭିଯୋଗ ଆଣିଛନ୍ତି ସୋମାଲିକା । 

Advertisment

ବିଧାୟକଙ୍କ ସଂପର୍କୀୟ ସୋମାଲିକାଙ୍କୁ ଧମକଚମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ କାଲି ବିବାହ ପଞ୍ଜୀକରଣ ପାଇଁ ଆସି ଫେରିଥିଲେ ସୋମାଲିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ମଧ୍ୟ ଆସିନଥିବା ଅଭିଯୋଗ କରିଥିଲେ । ତେବେ ସେ କାଲି ଆସିବାକୁ କିଛି କହିନଥିବା କହିଥିଲେ ବିଧାୟକ ବିଜୟ ଶଙ୍କର । 

ପ୍ରେମିକାଙ୍କ ବିସ୍ଫୋରକ ବୟାନ୍‌ ପରେ ବିଜୟ ଶଙ୍କର କହିଛନ୍ତି, ବିବାହ ପଞ୍ଜୀକରଣ ଆବେଦନ କରିବାର ୯୦ ଦିନ ମଧ୍ୟରେ ବିବାହ ହୋଇପାରିବାର ନିୟମ ରହିଛି। ମାତ୍ର ଆଜିକୁ ୩୦ ଦିନ ହୋଇଛି। ବ୍ୟକ୍ତିଗତ କାମ ଥିବାରୁ ମୁଁ ସବ ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ଆସି ପାରିନଥିବା ସଫେଇ ଦେଇଥିଲେ।

Advertisment

ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ଧରି ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ।

FIR Against MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ