Advertisment

ବୋଝ ହେଉଛି ପରୀକ୍ଷା; ଝୁଲି ପଡ଼ୁଛନ୍ତି ଛାତ୍ରଛାତ୍ରୀ

ଯେଉଁ ବାପ, ପୁଅକୁ ମଣିଷ କରିବାର ସ୍ୱପ୍ନ ଦେଖୁଥିଲା, ସେହି ବାପର ଆଜି ଚୁରମାର ହୋଇଯାଇଛି ସ୍ୱପ୍ନ, ଭାଙ୍ଗିଯାଇଛି ଧୈର୍ଯ୍ୟର ବନ୍ଧ। ଯେଉଁ ପୁଅ ପରିବାରର କୂଳ ରକ୍ଷା କରିଥାନ୍ତା, ଆଜି କଅଁଳ ବୟସରେ ଆଖି ବୁଜିଦେଇଛି ସେହି କୁଳନନ୍ଦନ।

undefined

Student Death

Advertisment

ପାଠ କିମ୍ବା ପରୀକ୍ଷା ଚାପ ହେଉ ଅଥବା ଅନ୍ୟ କୌଣସି କାରଣ। ଅସମୟରେ ଓ ଅକାଳରେ ଝଡ଼ିଯାଉଛି କଅଁଳ ଜୀବନ। ଚପଳମତି ପିଲାଟିଏ କିଶୋର ବୟସରେ ଯେ ଜୀବନ ହାରିଦେବ, ଭାବିଲେ କେବଳ ଅଭିଭାବକ କାହିଁକି, ପ୍ରତ୍ୟେକଙ୍କ ମନ ଓ ପ୍ରାଣ ଚହଲିଯାଉଛି। ଚଳିତ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ବେଳେ ବଲାଙ୍ଗିର, ଭଦ୍ରକ ଓ ବ୍ରହ୍ମପୁରରେ ୩ ଛାତ୍ରଙ୍କ ଆତ୍ମହତ୍ୟା, ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ କିଶୋର ବୟସରେ କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା ? କେମିତି ଏହାକୁ ରୋକାଯାଇପାରିବ ?

Advertisment

ଯେଉଁ ବାପ, ପୁଅକୁ ମଣିଷ କରିବାର ସ୍ୱପ୍ନ ଦେଖୁଥିଲା, ସେହି ବାପର ଆଜି ଚୁରମାର ହୋଇଯାଇଛି ସ୍ୱପ୍ନ, ଭାଙ୍ଗିଯାଇଛି ଧୈର୍ଯ୍ୟର ବନ୍ଧ। ଯେଉଁ ପୁଅ ପରିବାରର କୂଳ ରକ୍ଷା କରିଥାନ୍ତା, ଆଜି କଅଁଳ ବୟସରେ ଆଖି ବୁଜିଦେଇଛି ସେହି କୁଳନନ୍ଦନ। ଆଉ ବା କିଏ ସାହାରା ହେବ ଅଭାଗା ବାପକୁ। ସମସ୍ତେ ବୁଡ଼ିଛନ୍ତି ଶୋକରେ। ମାତ୍ର ପନ୍ଦର/ଷୋହଳ ବର୍ଷ ବୟସର ବଲାଙ୍ଗିରର ବିନାୟକ ପ୍ରଧାନ ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲ ବାଥରୁମରେ ଯେଭଳି ଜୀବନ ହାରିଦେଇଥିବା ଅଭିଯୋଗ ହୋଇଛି, ଭାବିଲେ ପ୍ରତ୍ୟେକଙ୍କ ମନ ଆଉ ପ୍ରାଣ ଦୋହଲିଯାଉଛି।

ଏଭଳି ଦୁର୍ଭାଗ୍ୟଜନକ କାହାଣୀ କେବଳ ବଲାଙ୍ଗିରରେ ନୁହଁ। କାନ୍ଦ ବୋବାଳିରେ ଫାଟି ପଡୁଥିବା ଭଦ୍ରକ ଜାହାଙ୍ଗିର ଶାସନ ଗାଁର ଏକ ପରିବାରରେ ଆଜି ଯେଉଁ ଘଟଣା ଘଟିଛି, ନା କେହି ଭାବିଥିଲେ ନା କଳନା କରିଥିଲେ। ମାଟ୍ରିକ ପରୀକ୍ଷାକୁ ଯିବା ପୂର୍ବରୁ ନିଜ ମାଉସୀଙ୍କ ଶାଢ଼ୀରେ ଅଭିଷେକ ପଣ୍ଡା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ମୟୁରଭଞ୍ଜ ଉଦଳା ସ୍ଥିତ ରାଢ଼ ଗାଁର। ଜାହାଙ୍ଗିର ଶାସନ ଗାଁରେ ମାଉସୀଙ୍କ ଘରେ ରହି ପାଠ ପଢ଼ୁଥିଲେ। ଆଜି ସକାଳୁ ବନ୍ଦ ଘରୁ ମିଳିଛି ଅଭିଷେକଙ୍କ ମୃତଦେହ।

Advertisment

କପି ସହ ଧରାପଡ଼ିଲେ ବୋଲି ଜୀବନ ହାରିଦେଲେ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ବିଜ୍ଞାନ ଛାତ୍ର ଦେବାଶିଷ ସେଠୀ। ମୃତ ଛାତ୍ର ହେଉଛନ୍ତି ବୈଦ୍ୟନାଥପୁର ଥାନା ସୂର୍ଯ୍ୟନଗର ଅଞ୍ଚଳର। ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଶିକ୍ଷାନୁଷ୍ଠାନର ସ୍କ୍ୱାଡ୍ ଦେବାଶିଷ ନିକଟରୁ ଗତକାଲି କପି ଜବତ କରିଥିଲା। ଏହାପରେ ଗତକାଲି ସଂଧ୍ୟାରେ ହିଁ ଘର ଭିତରୁ ମିଳିଥିଲା ମୃତଦେହ।

ଆତ୍ମହତ୍ୟାର ଏଭଳି ସଂଗୀନ ଘଟଣା ଗୋଟିଏ କି ଦୁଇଟି ନୁହଁ। NCRBର ସଦ୍ୟତମ ତଥ୍ୟ କହୁଛି, ୨୦୨୨ରେ ଓଡ଼ିଶାରେ ୫୩୪ ଜଣ କିଶୋର କିଶୋରୀ ଆତ୍ମହତ୍ୟା କରିଥିଲେ। ମାନସିକ ରୋଗ ବିଶେଷଜ୍ଞ କହିବା କଥା, ସାଧାରଣତଃ ଏହି ବୟସର ପିଲା ପରିଣାମ ପ୍ରତି ଯଥେଷ୍ଟ ସଚେତନ ନଥାନ୍ତି। ତେଣୁ ପ୍ରତ୍ୟେକ କିଶୋର କିଶୋରୀଙ୍କୁ ସଚେତନତା ସହ ସ୍କୁଲ ସ୍ତରରେ କାଉନସେଲିଂ ସେଣ୍ଟର ଖୋଲିବା ଆବଶ୍ୟକ। ତା ସହ ମାନସିକ ସ୍ୱାସ୍ଥ୍ୟ ଉପରେ ବି ଶିକ୍ଷାଦାନ ଜରୁରୀ। ସେପଟେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ବୋର୍ଡ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Advertisment
Odisha Matric Exam Student Death Exam Preparation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ