Advertisment

ନାବାଳକର ଜଘନ୍ୟ କାଣ୍ଡ; ଟିଭିରୁ କୌଶଳ ଶିଖିଲା... ପରିବାରର ୪ ଜଣଙ୍କୁ ମାରିଦେଲା

ଜଘନ୍ୟ କାଣ୍ଡ ଘଟାଇଲା ୧୭ ବର୍ଷର ବାଳକ। ମା’ ଆଉ ଭଉଣୀ ସମେତ ୪ ଜଣଙ୍କୁ ହାଣିଦେଲା। ଟିଭି ଦେଖି ଶିଖୁଥିଲା ହତ୍ୟାର ବିଭିନ୍ନ ଟ୍ରିକ୍ସ!

ଅଦ୍ୟତନ ହୋଇଛି
Teen Kills Mother, Sister and 2 Others

Teen Kills Mother, Sister and 2 Others

Advertisment

ତ୍ରିପୁରାର ଦଲାଇ ଜିଲ୍ଲାରେ ଏକ ଭୟଙ୍କର ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରାଯାଇଛି। ସେ ନିଜ ପରିବାରର ୪ ଜଣଙ୍କୁ ହତ୍ୟା କରିଛି। ମା ଓ ଭଉଣୀ ସମେତ ୪ ଜଣଙ୍କୁ ହତ୍ୟା କରିଛି। ରବିବାର ପୋଲିସ ଏହି ସୂଚନା ଦେଇଛି। କୁରାଢିରେ ଜେଜେବାପା, ମା’ ଓ ଭଉଣୀଙ୍କୁ ହାଣି ହତ୍ୟା କରିଛି।

Advertisment

ରବିବାର ୧୭ ବର୍ଷୀୟ ଅଭିଯୁକ୍ତ ସୁପ୍ରିୟା ଦେବନାଥ ବଜାରକୁ ବତକ ବିକ୍ରି କରିବାକୁ ଯାଇଥିବା ବେଳେ ପୋଲିସ୍ ତାକୁ ଗିରଫ କରିଛି। ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ଯାଦବ କହିଛନ୍ତି ଯେ ଶନିବାର ବିଳମ୍ବିତ ରାତିରେ ସୁପ୍ରିୟା ତାଙ୍କ ଜେଜେବାପା ବାଦଲ ଦେବନାଥ (୭୦), ମା’ ସମିତା ଦେବନାଥ (୩୨), ଭଉଣୀ ସୁପର୍ନା ଦେବନାଥ (୧୦), ମାଉସୀ ରେଖା ଦେବ (୪୨) ଙ୍କୁ କୁରାଢିରେ ହାଣି ହତ୍ୟା କରିଛି। ହତ୍ୟା ସମୟରେ ସେମାନେ ସମସ୍ତେ ଶୋଇଥିଲେ।

ତ୍ରିପୁରା ପୋଲିସ କହିଛି, "ଏହି ଭୟଙ୍କର ହତ୍ୟା ଘଟଣାର କିଛି ସମୟ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଅପରାଧର ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି।"

Advertisment

ପୋଲିସ ସୂଚନାନୁସାରେ, ପୁଅର ବାପା ଘରକୁ ଆସି ସବୁଆଡେ ରକ୍ତ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ କୂଅରେ ମୃତଦେହ ଫିଙ୍ଗାଯାଇଥିବା ଦେଖିଥିଲେ। ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଅଭିଯୁକ୍ତ ଟେଲିଭିଜନରେ କ୍ରାଇମ ଇନ୍‌ଭେଷ୍ଟିଗେସନ ଶୋ’ ଦେଖିବାକୁ ଖୁବ ଭଲ ପାଉଥିଲା। ଏବଂ ସେଥିରୁ ସେ ହତ୍ୟାର କୌଶଳ ଶିଖିଥିବା ଅନୁମାନ କରାଯାଉଛି।

ପୋଲିସ୍ ସୂଚନା ଅନୁସାରେ ଅଭିଯୁକ୍ତ ପୂର୍ବରୁ ତାଙ୍କ ଘରେ ଚୋରି କରିଥିଲା। ପରିବାର ସଦସ୍ୟଙ୍କୁ ହତ୍ୟା କରିବାବେଳେ ଅଭିଯୁକ୍ତ ସେମାନଙ୍କ ଚିତ୍କାର ବାହାରକୁ ନ ଶୁଣାଯିବା ନେଇ ଉଚ୍ଚ ସ୍ୱରରେ ମ୍ୟୁଜିକ ବଜାଇଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

Advertisment
Teen Kills Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ