Advertisment

ହଟିଲା ସୁରେଖା ମୃତ୍ୟୁ ରହସ୍ୟ ଉପରୁ ପରଦା, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭରତପୁରରେ ଯୁବତୀ ସୁରେଖା ପଲେଇ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସମେତ ୩ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଘଟଣା ପରେ ମାଡ଼ ଭୟରେ ବୟଫ୍ରେଣ୍ଡ୍‌ ଫେରାର ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Surekha Palai death case

Surekha Palai death case

Advertisment

ଭୁବନେଶ୍ୱର ଭରତପୁରରେ ଯୁବତୀ ସୁରେଖା ପଲେଇ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସମେତ ୩ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ପ୍ରେମିକ ସହ ପାଟିତୁଣ୍ଡ ପରେ ସୁରେଖା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଘଟଣା ପରେ ମାଡ଼ ଭୟରେ ବୟଫ୍ରେଣ୍ଡ୍‌ ଫେରାର ହୋଇଯାଇଥିଲା। 

Advertisment

ସୂଚନା ଅନୁସାରେ, ଗତ ୧୦ ତାରିଖରେ ଭରତପୁର ତାରିଣୀ ବସ୍ତିରେ ଏକ ବନ୍ଦ ଘରୁ ସୁରେଖାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୂର୍ବ ରାତିରୁ ତାଙ୍କର ମୃତ୍ୟୁ ଘଟିଥିଲା। ଭୋଜି ବେଳେ ବୟଫ୍ରେଣ୍ଡ୍‌ଙ୍କ ସହ ସୁରେଖାଙ୍କ ପାଟିତୁଣ୍ଡ ହୋଇଥିଲା। ଏହାପରେ ସୁରେଖା ନିଜକୁ ଏକ ରୁମ୍‌ରେ ବନ୍ଦ କରି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି।  

ପୋଲିସ ଭୟରେ ସୁରେଖାଙ୍କ ବୟଫ୍ରେଣ୍ଡ୍‌ ଏବଂ ତାର ସହଯୋଗୀ ସୁରେଖାଙ୍କ ମୃତଦେହକୁ ସେଠାରୁ ନେଇ ତାଙ୍କ ଘରେ ରଖି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତଦେହ ମିଳିବା ପରେ ପୋଲିସ ପ୍ରଥମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। 

Advertisment

ପୋଷ୍ଟମର୍ଟମ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ବୋଲି ସାମ୍ନାକୁ ଆସିଥିଲା।  ପରେ ଏ ନେଇ ଅଧିକ ତଦନ୍ତ ଚଳାଇଥିଲା ପୋଲିସ୍‌। ମାମଲାରେ ସୁରେଖାଙ୍କ ବୟଫ୍ରେଣ୍ଡ୍‌ ସହ ଅନ୍ୟ ୨ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। 

କେଉଁ କାରଣକୁ ନେଇ ଭୋଜିରେ ବୟଫ୍ରେଣ୍ଡ୍‌ ସହ ସୁରେଖାଙ୍କ ପାଟିତୁଣ୍ଡ ହୋଇଥିଲା ? କାହିଁକି ଏହି ପାଟିତୁଣ୍ଡ ପରେ ସୁରେଖା ଏଭଳି ଚରମ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଲେ ? ଏସବୁର ରହସ୍ୟ ଖୋଲିବ ବୋଲି ଜଣାପଡ଼ିଛି। 

Advertisment
Bhubaneswar Surekha Palai Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ