Advertisment

୫୦୦ କି.ମି. ଯାଏ ପିଛା କରି ‘ସୁପର ଚୋର’ ବଣ୍ଟିକୁ ଧରିଲା ପୋଲିସ୍‌

‘ସୁପର ଚୋର’ ବଣ୍ଟି ଓରଫ ଦେବେନ୍ଦ୍ର ସିଂକୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି। ପୋଲିସ୍‌ ବଣ୍ଟିକୁ ୫୦୦ କି.ମି. କାନପୁର ପର୍ଯ୍ୟନ୍ତ ପିଛା କରି ଶେଷରେ ଗିରଫ କରିଛି।

ଅଦ୍ୟତନ ହୋଇଛି
Super Thief Bunty Arrested

Super Thief Bunty Arrested From UP

Advertisment

‘ସୁପର ଚୋର’ ବଣ୍ଟି ଓରଫ ଦେବେନ୍ଦ୍ର ସିଂକୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି। ଦିଲ୍ଲୀର ଦକ୍ଷିଣ ଜିଲ୍ଲା ପୋଲିସ୍‌ ବଣ୍ଟିକୁ ୫୦୦ କି.ମି. କାନପୁର ପର୍ଯ୍ୟନ୍ତ ପିଛା କରି ଶେଷରେ ଗିରଫ କରିଛି। ଗ୍ରେଟର କୈଳାଶରେ ୨ଟି ଘରୁ ଚୋରି ହୋଇଥିଲା। ଏଥିରେ ବଣ୍ଟିର ସମ୍ପୃକ୍ତି ନେଇ ଜଣାପଡ଼ିଥିଲା। ବଣ୍ଟି ଉପରେ ଫିଲ୍ମ ମଧ୍ୟ ହୋଇସାରିଛି। ଖାଲି ଏତିକି ନୁହେଁ ସେ ବିଗ୍‌ ବସ୍‌ ମଧ୍ୟ ଯାଇ ସାରିଛି।

Advertisment

ସାରା ଦେଶରେ ଦେବେନ୍ଦ୍ର ସିଂ ଓରଫ ‘ବଣ୍ଟି ଚୋର’ ୫୦୦ରୁ ଅଧିକ ଚୋରି କରିଥିବା ଅଭିଯୋଗ ହୋଇଛି। ଅନେକ ମାମଲାରେ ତାକୁ ସଜା ମଧ୍ୟ ମିଳିସାରିଛି। ୨୦୧୦ରେ  ବଣ୍ଟି ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗି ଯେତେବେଳେ ଜେଲ୍‌ରୁ ବାହାରକୁ ଆସିଥିଲା, ସେତେବେଳେ ସେ ନିଜକୁ ସୁଧାରିବା ପାଇଁ ଶପଥ ନେଇଥିଲା ଓ ଏହାପରେ ରିଅଲିଟି ଶୋ’ ବିଗ୍‌ ବସ୍‌କୁ ମଧ୍ୟ ଯାଇଥିଲା। 

ହେଲେ ବର୍ଷକ ପରେ ଏକ ଚୋରି ଘଟଣାରେ ପୁଣିଥରେ ତା’ର ନାଁ ସାମ୍ନାକୁ ଆସିଥିଲା। ଚୋରି କରୁଥିବା ନେଇ ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ ସେ ପୁଣି ଥରେ ଚୋରି କରିବା ଆରମ୍ଭ କରିଥିଲା। କେରଳର ରାଜଧାନୀ ଥିରୁଅନନ୍ତପୁରମ୍‌ରେ ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀଙ୍କ ଘରୁ ଚୋରି ଅଭିଯୋଗରେ ବଣ୍ଟିକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା। ୨୦୧୩ ମସିହାରେ ସେ ଏହି ଚୋରି କରିଥିଲା।

Advertisment

ବ୍ୟବସାୟୀଙ୍କ ଘରୁ ବଣ୍ଟି ୨୮ ଲକ୍ଷ ଟଙ୍କାର ଏକ ଏସ୍‌ୟୁଭି କାର୍‌, ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଚୋରି କରିଥିଲା। ଏହି ହାଇଟେକ୍‌ ଚୋରିର ୬ ଦିନ ପରେ କେରଳ ପୋଲିସ୍‌ ତାକୁ ପୁଣେରୁ ଗିରଫ କରିଥିଲା। ସୁପର ଚୋର ବଣ୍ଟି ନିଆରା ଅନ୍ଦାଜରେ ଚୋରି କରିଥାଏ। ତା’କୁ ନେଇ ଫିଲ୍ମ ‘Oye lucky OYE’ ମଧ୍ୟ ହୋଇଛି। ଫିଲ୍ମରେ ବଣ୍ଟି ଭୂମିକାରେ ଅଭିନେତା ଅଭୟ ଦେଓ ଅଭିନୟ କରିଛନ୍ତି।

ଜାଣନ୍ତୁ କେମିତି ନିଆରା ଅନ୍ଦାଜରେ ଚୋରି କରିଥାଏ ବଣ୍ଟି....

  • ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ବଣ୍ଟି ସବୁ ଚୋରି କରିଥାଏ
  • ଚୋରି ପୂର୍ବରୁ ଘରେ ପ୍ରବେଶ କରିବା ପାଇଁ ବଣ୍ଟି କବାଟ କିମ୍ବା ଝରକାର ଗ୍ରିଲ୍‌କୁ ଏକ ଲମ୍ବା ପେଚ୍‌କସ୍‌ରେ ସହାୟତାରେ ଖୋଲିଥାଏ। ଏହା ବ୍ୟତୀତ ସେ ଅନ୍ୟ କୌଣସି ଉପକରଣ ବ୍ୟବହାର କରିନଥାଏ।
  • ସବୁବେଳେ ସେ ଲକ୍‌ଜୁରୀ କାର୍‌, ସୁନା ଅଳଙ୍କାର, ବିଦେଶୀ ଘଣ୍ଟା ଓ ଦାମୀ ଆସବାବ ପତ୍ର ଇତ୍ୟାଦି ଚୋରି କରିଥାଏ। ଆଜି ଯାଏ ସେ ଚୋରି କରିଥିବା କୌଣସି ଜିନିଷ କମ୍‌ ଦାମ୍‌ର ନାହିଁ।
  • ଚୋରି ପୂର୍ବରୁ ବଣ୍ଟି ଆଜି ଯାଏ କୌଣସି କାର୍‌ର ଲକ୍‌ ଭାଙ୍ଗି ନାହିଁ। କାର୍‌ ଖୋଲିବା ପାଇଁ ସବୁବେଳେ ସେ କାର୍‌ ମାଲିକଙ୍କ ଘରୁ ଚାବି ଚୋରି କରି ଆଣିଥାଏ।
  • ସବୁଠାରୁ ବଡ଼ କଥା, ଚୋରି କରିବା ପରେ ସେ ସବୁବେଳେ କାର୍‌ରେ ଯାଇଥାଏ। ପୁରୁଣା କାର୍‌କୁ ଘଟଣାସ୍ଥଳରେ ଛାଡ଼ି ନୂଆ କାର୍‌ରେ ବଣ୍ଟି ଫେରାର ହୋଇଥାଏ।
Advertisment
Thief Bunty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ