Advertisment

ରାଜଧାନୀରୁ ଗିରଫ କୋକେନ୍‌ ବାପାରୀଙ୍କ ଫିଟୁଛି ଗୁମର; ହକି ବିଶ୍ୱକପ୍‌ରେ ବେପାର ଥିଲା ଲକ୍ଷ୍ୟ

ଏବେ ପ୍ରଶ୍ନ, ହକି ବିଶ୍ୱକପ୍‌କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି?

Cocaine Network

Cocaine Network

Advertisment

ବଡ଼ ଇଭେଣ୍ଟ, ଦାମିକା ଗେଷ୍ଟ । ଆସନ୍ତାବର୍ଷ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ଏହି ଅବସରରେ ବିଦେଶରୁ ଆସିବେ ଖେଳାଳୀ, ଅଫିସିଆଲ ଓ ଖେଳପ୍ରେମୀ । ଆଉ ଏହି ମେଗା ଇଭେଣ୍ଟ ଅବସରରେ ଦାମିକା ନିଶା ଦ୍ରବ୍ୟ କୋକେନ୍ ବିକ୍ରି ଲାଗି ଯୋଜନା ରଖିଥିଲେ ଭୁବନେଶ୍ୱରରୁ ଗିରଫ ଦୁଇ ଅଭିଯୁକ୍ତ ରବି ଓ ସନ୍ନି । ଟୁର୍ଣ୍ଣାମେଣ୍ଟକୁ ଆଖିରେ ରଖି ଚାଲିଥିଲା ବେପାର ଲାଗି କ୍ଷେତ୍ର ପ୍ରସ୍ତୁତି । ଭୁବନେଶ୍ୱର ତାରିଣୀ ବସ୍ତୀରେ ରହୁଥିବା ସନୀ ର ମାର୍କେଟ ବିଲଡିଂରେ ଚୁଡି ଦୋକାନ ରହିଛି । ତା ଜରିଆରେ ଓଡ଼ିଶାରେ ହୋଇଥାଆନ୍ତା କୋକେନ୍ କାରବାର ।

Advertisment

ତେଣେ ଅନ୍ୟତମ ଅଭିଯୁକ୍ତ ରବିର ହୋଟେଲ ଓ ଟ୍ରାଭେଲ ଏଜେନ୍ସି ରହିଛି । ଏସ୍ଟିଏପ୍‌ର ସୂଚନା ଅନୁସାରେ ରବି ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବେଳେ ଏହି ବେଆଇନ କାରବାର ଆରମ୍ଭ କରିଥିଲା । ସେ ହିଁ ଦିଲ୍ଲୀରୁ ୨୦୨ ଗ୍ରାମ କୋକୋନ୍ ନେଇ ଭୁବନେଶ୍ୱର ଆସିଥିଲା ।

ଏବେ ପ୍ରଶ୍ନ, ହକି ବିଶ୍ୱକପ୍‌କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି? କାରଣ ଗାଞ୍ଜା ଓ ବ୍ରାଉନସୁଗାର ଭଳି ନିଶା ଦ୍ରବ୍ୟ କାରବାରର ଏକ ନେଟୱର୍କ କାମ କରିଥାଏ । ତେଣୁ ଓଡ଼ିଶାକୁ କେଉଁଠୁ କୋକେନ୍ ଆଣୁଥଲେ ଅଭିଯୁକ୍ତ, କେଉଁ ଉପାୟରେ ଆଣୁଥିଲେ, କେଉଁ ରୁଟ୍‌ରେ ଆଣୁଥିଲେ, ଏଥିରେ କେଉଁମାନେ ସହାୟତା କରୁଥିଲେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ଦାମିକା ନିଶା ଦ୍ରବ୍ୟର ଓଡ଼ିଶାରେ ଗ୍ରାହକ କିଏ?

Advertisment

ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଓଡ଼ିଶାରେ କୋକେନ ନେଟୱର୍କର ଚେର କେତେ ବାଟ ଲମ୍ବିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Cocaine Network 2023 Hockey WC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ