Advertisment

ନିଜର ହାଣ୍ତସମ୍‌ ଲୁକ୍‌ରେ ପାଗଳ କରୁଥିଲେ ଯୁବତୀଙ୍କୁ ଓ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ସାମ୍ନାକୁ ଆସିଲା ସୁମନଙ୍କ ସାଙ୍ଘାତିକ ସତ। ନିଜର ସୁନ୍ଦର ଚେହେରା, ଆଉ ମିଠା କଥା ପାଇଁ ସୁନ୍ଦର ଯୁବତୀଙ୍କ ସହ ରଖୁଥିଲେ ଲିଭ୍‌ ଇନ୍ଜ‌ ରିଲେସନସିପ୍‌। ପ୍ରେମର ମାୟାଜାଲରେ ଏମିତି ଛନ୍ଦି ଦେଉଥିଲେ ଯେ, ସୁମନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ତରୁଣୀ ଯୁବତୀ ।

Odia Tele Actor

Odia Tele Actor

Advertisment

ରିଲ ହିରୋଙ୍କ ରିଏଲ କାହାଣୀ ଶୁଣିଲେ ଆପଣଙ୍କ ବୁଦ୍ଧି ବି ଗୁଡ଼ୁମ ହୋଇଯିବ। ନିଜ ଲୁକ୍‌ର ଫାଇଦା ନେଇ ସୁନ୍ଦର ତରୁଣୀ ଯୁବତୀଙ୍କ ସହ କେଳି କରୁଥିଲେ । ଦିନ ଯେତିକି ଯେତିକି ଗଡ଼ୁଛି, ସୁମନଙ୍କ କଳାକାରନାମା ସେତିକି ସେତିକି ସାମ୍ନାକୁ ଆସୁଛି । ଆଉ ଏହି ଭିଡ଼ିଓକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କେମିତି ଗୋଟିଏ ଖଟରେ ବସି ପରସ୍ପରକୁ କେକ୍‌ ଖୁଆଖୁଇ ହେଉଛନ୍ତି। ମହମବତୀ ଜଳୁଛି, କେକ୍‌ ବି ଥୁଆ ହେଇଛି। ଆଉ ଅତି ସୁନ୍ଦର ଭାବରେ ହାଲକେଇକି କ୍ୟାଣ୍ଡେଲ ସବୁକୁ ଲିଭାଇ ଦେଉଛନ୍ତି ଏହି ଯୁବତୀ। ପରେ ଆରମ୍ଭ ହୋଇଯାଉଛି କେକ୍‌ କଟା।

କେବଳ ଏତିକି ନୁହେଁ, ପ୍ରେମ ଏତେ ଥିଲା ଯେ, କୋଣାର୍କରେ ଯାଇ କରୁଥିଲେ କାଜୁଆଲ ସୁଟ୍‌ । ପ୍ରେମ ଦିବସ ହେଉ କି କାଜୁଆଲ ସୁଟ୍‌ ହେଉ, ଦେଖନ୍ତୁ କେମିତି ନାଚିଗାଇ କରିଥିଲେ କାଜୁଆଲ ସୁଟ୍‌ । କଥା ଦିଆନିଆ ହୋଇଥିଲେ ଜନ୍ମ ଜନ୍ମ ପାଇଁ ଆମେ ସାଥୀ ହୋଇ ରହିବା। ଆଉ ଏମିତି କିଛି ମିଠା ମିଠା କଥା କହି ନିଜ ପ୍ରେମର ମାୟାଜାଲରେ ଏଇ ଯୁବତୀଙ୍କ ସହ ସୁମନ୍‌ ରଖିଥିଲେ ଲିଭ୍‌ ଇନ୍‌ ସମ୍ପର୍କ।

Advertisment

ପ୍ରେମ ଏତେ ଅଧିକ ଥିଲା ଯେ, ସୁମନଙ୍କ ଚାଲ ସମ୍ପର୍କରେ କୌଣସି ଟେର୍‌ ପାଇନଥିଲେ ଏଇ ଯୁବତୀ ଜଣକ। ଅଭିଯୋଗକାରୀ ଯୁବତୀଙ୍କ କହିବାନୁଯାୟୀ ପ୍ରେମର ପ୍ରତିଶ୍ରୁତି ଦେଇଥିଲେ ସୁମନ । ସତ କଥା ହେଲା ପ୍ରେମିକାଙ୍କ ଟଙ୍କା ହଡ଼ପ୍‌ ସହ ଦାମୀ ବାଇକ୍‌, କଷ୍ଟଲି ଗିଫ୍ଟ ସହ ସୁମନ ବ୍ୟବହାର କରୁଥିବା ସବୁ ଜିନିଷ କିଣିଦେଉଥିଲେ ଏଇ ଅଭିନେତ୍ରୀ ଜଣକ। ସୁମନଙ୍କ ପ୍ରେମ ଜାଲରେ କେବଳ ଏଇ ଜଣିଏ ଅଭିନେତ୍ରୀ ନୁହେଁ ବରଂ ଅନେକ ଯୁବତୀଙ୍କ ସହ ଥିଲା ସୁମନଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଅଭିଯୋଗ ବି ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏତେ ଦିନର ପ୍ରେମ ସମ୍ପର୍କ ରଖି ମଧ୍ୟ ସୁମନଙ୍କ କଳାକାରନାମା କେମିତି ଜାଣିପାରିଲେନି ପ୍ରେମିକା? ଅଭିନେତା ସୁମନଙ୍କ ବିରୋଧରେ ବଢିବ କି ଅଭିଯୋଗର ଲମ୍ବା ତାଲିକା? ଖୋଲିବ କି ଲଭ୍‌, ସେକ୍ସ ଧୋକାର ଆଉ କିଛି ଗୁମର? ସେପଟେ ସୁମନଙ୍କ ସତ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ଏଇ ଯୁବତୀ ।

Advertisment

ରିପୋର୍ଟର- ଆଲୋକ ମହାନ୍ତି

Special Story Odia Tele Actor Duped Several Girls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ