Advertisment

ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ସାର୍‌ ନିଜେ ଖାଇଦେଲେ

ଏ କେମିତିକା ଶିକ୍ଷକ ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ । ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ । ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ।

Headmaster embezzles Rs 4 lakh

Headmaster embezzles Rs 4 lakh

Advertisment

ମଧ୍ୟାହ୍ନ ଭୋଜନ ଟଙ୍କା ଖାଇଦେଲେ ପ୍ରଧାନ ଶିକ୍ଷକ । ୪ ଲକ୍ଷ ଟଙ୍କା ସାର୍‌ ଖାଇଥିବା ଅଭିଯୋଗ ହୋଇଛି । ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ । ପିଲାଙ୍କ ପାଇଁ ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ଟଙ୍କାକୁ ଖାଇଦେଲେ ପ୍ରଧାନ ଶିକ୍ଷକ । କରୋନା ମହାମାରୀ ସମୟରେ ୨୦-୨୧, ୨୧-୨୨ ମସିହାର ପର୍ଯ୍ୟନ୍ତ ଆସିଥିବା ମଧ୍ୟାହ୍ନ ଭୋଜନ ଟଙ୍କାକୁ ପ୍ରଧାନ ଶିକ୍ଷକ ହରିଲୁଟ୍‌ କରିଥିବା ଅଭିଯୋଗ ଆଣିଛନ୍ତି ଗାଁ ଲୋକେ ।

Advertisment

ଖାଲି ଅଭିଯୋଗ ଆଣିଛନ୍ତି ତାହା ନୁହେଁ ବରଂ ପିଲାଙ୍କ ଟଙ୍କା ସାର୍‌ କାହିଁକି ଖାଇଲେ, ସେନେଇ ବିଇଓଙ୍କୁ ପ୍ରଶ୍ନ କରିବା ସହ ଘଂଟା ଘଂଟା ଧରି ଅଟକ ରଖିଲେ ଅଭିଭାବକ । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଯାଜପୁର ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ୍ଚ ମାଧ୍ୟମିକ ସ୍କୁଲରେ । କୋଭିଡ ସମୟରେ ସରକାର ୧୦ କିସ୍ତି ଆକାରରେ ୪ ଲକ୍ଷରୁ ଅଧିକ ଅର୍ଥ ସହ ପିଲାଙ୍କ ପାଇଁ ଚାଉଳ ବି ଦେଇଛନ୍ତି । ଆଉ ଏହାକୁ ଖୋଦ୍‌ ପ୍ରଧାନଶିକ୍ଷକ ସଂଜୟ ନାୟକ ପିଲାଙ୍କୁ ଦେବା ପାଇଁ ଉଠାଇଛନ୍ତି। କିନ୍ତୁ ପିଲାଙ୍କୁ ମିଳିଛି ମାତ୍ର ୪ କିସ୍ତି ଚାଉଳ । ହେଲେ ବାକି ଚାଉଳ କାହିଁକି ପିଲାଙ୍କୁ ଦିଆଗଲାନି ସେନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ।

ସ୍ଥିତି ଏମିତି ହେଲା ଯେ, ,ସ୍କୁଲ ସାମ୍ନାରେ ପହଞ୍ଚି ପିଲାଙ୍କ ଖାଇବା କାହିଁକି ପ୍ରଧାନଶିକ୍ଷକ ଖାଇଲେ, ତାହାକୁ ନେଇ ପାଟିତୁଣ୍ଡ କରିବା ସହିତ ପ୍ରଧାନଶିକ୍ଷକଙ୍କୁ ଜବାବ ତଲବ କରିଥିଲେ । ପରିସ୍ଥିତି ଜଟିଳ ହେବାରୁ ଏବିଇଓ ପହଞ୍ଚି ପ୍ରାଥମିକ ତଦନ୍ତରୁ ଅର୍ଥ ହେରଫେର ଜାଣି ପାରି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ପରେ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ କଲେ। ହେଲେ ତଦନ୍ତ ସମୟରେ ପ୍ରଧାନଶିକ୍ଷକ ଛୁଟିରେ ରହିବାରୁ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଥିଲେ ଗାଁ ଲୋକେ। ସେପଟେ ତଦନ୍ତ ସରିବା ପରେ ଯଦି ପ୍ରଧାନଶିକ୍ଷକ ଟଙ୍କା ଆତ୍ମସାତ୍‌ କରିଥିବା ଜଣାପଡ଼ିବ । ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ ଗିରି କହିଛନ୍ତି ।

Advertisment

ରିପୋର୍ଟର- ସଂଜୀବ ନାୟକ

Mid-day Meal Special Story Headmaster Embezzles 4 Lakh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ