Advertisment

ହାତଗଣ୍ଠି ପୂର୍ବରୁ ହାତକଡ଼ି; ବେଦି ଉପରୁ ବରକୁ ଉଠାଇନେଲା ପୋଲିସ

ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର।

ଅଦ୍ୟତନ ହୋଇଛି
Groom whisked away from marriage pandal

Groom whisked away from marriage pandal

Advertisment

ବାହା ବେଦିରେ ବସିଥିଲା ବର, ସେତିକିବଳେ ପହଞ୍ଚିଲା ପୋଲିସ୍‌ । ବେଦୀ ଉପରୁ ବରକୁ ଉଠାଇ ନେଲେ ପୋଲିସ। ହୁଏତ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ ଏବଂ ମନରେ ପ୍ରଶ୍ନ ଆସୁଥିବ କି ବାହାଘର ସମୟରେ ବରକୁ କାହିଁକି ବେଦୀରୁ ଉଠାଇ ନେଲା ପୋଲିସ? ବର ଯେଉଁ କାମ କରିଛନ୍ତି ତାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

କାରଣ ବାହାଘର ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା । ବାହାଘରର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଯୁବକ ଜଣକ । ହେଲେ ସବୁ ଜଣାପଡ଼ିବା ପରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହିତ ମାମଲା ରୁଜୁ କରିଛି। ବରଗଡ଼ ଭଟଲି ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ପୋଲିସ ଏକ ପୂର୍ବ ମାମଲାକୁ କେନ୍ଦ୍ର କରି ଛତିଶଗଡ଼ ରାଜ୍ୟ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଲେନ୍ଦ୍ରା ଗାଁରେ ବିବାହ କରୁଥିବା ବେଳେ ବିବାହ ବେଦିରୁ ଗିରଫ କରିଛି ଯୁବକଙ୍କୁ । ଯୁବକ ଜଣକ ହେଲେ ଭଟଲି ଥାନା ଅନ୍ତର୍ଗତ ଜଗତି ପାଲି ଗାଁର କାଳିଆ ବରିହା । ପ୍ରଥମେ ଶାରୀରିକ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରିଦେଇଥିଲେ । ପରେ ସୁଜାତା ଭଟଲି ପୋଲିସର ଆଶ୍ରୟ ନେଇଥିଲେ । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁ ଥିଲା। ହେଲେ ଅଭିଯୁକ୍ତ ତାମିଲନାଡୁ ରାଜ୍ୟକୁ ଚାଲି ଯାଇଥିବାରୁ ପୋଲିସ ହାତରେ ଧରା ପଡି ନଥିଲା।

Advertisment

ହେଲେ ଅଭିଯୁକ୍ତ ଯୁବକ କାଳିଆ ଭଟଲି ଥାନା ଅନ୍ତର୍ଗତ ଝାଙ୍କର ପାଲି ସ୍ଥିତ ମାମୁଁ ଘରେ ରହି ଲୁକାଇତ ଭାବେ ଚତିଶଗଡ଼ ରାଜ୍ୟରେ ବିବାହ କରୁଥିବା ବେଳେ ବିବାହ ବେଦିରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ରିପୋର୍ଟର- ଦୀପକ ଶର୍ମା

Special Story Groom Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ