ବାପା ଦେଲେନି ନୂଆବର୍ଷ ଖର୍ଚ୍ଚ ! ଗଳା କାଟି ହତ୍ୟା କଲା କୁଳାଙ୍କାର ପୁଅ

ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ ।

murder

ପୁଅର ଆକ୍ରମଣରେ ବାପା ମୃତ । ସମ୍ପର୍କର ମୂଲ୍ୟ ବୁଝିଲାନି କୁଳାଙ୍ଗାର ।  ନୂଆବର୍ଷ ପାଇଁ ଖର୍ଚ୍ଚ ନଦେବାରୁ ନିଶାସକ୍ତ ଅବସ୍ଥାରେ ବାପାଙ୍କୁ ହତ୍ୟା କଲା ପୁଅ । ଦେବଗଡ ଥାନା କାଉଁଶିବାହାଲ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଯାଇଛି ।

ଦୁର୍ଯ୍ୟୋଧନ ପ୍ରଧାନଙ୍କ ଛୁରି ମାଡରେ ୭୦ ବର୍ଷିୟ ବାପା ରତ୍ନାକର ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେ ଘରେ ଶୋଇଥିବା ବେଳେ ତାଙ୍କ ପୁଅ ଦୁର୍ଯ୍ୟୋଧନ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ହାତ ଖର୍ଚ୍ଚ ମାଗିଥିଲା । ମାତ୍ର ତାଙ୍କ ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇପଡି ହତ୍ୟା କରିଥି ବା ଅଭିଯୋଗ ହୋଇଛି । ରତ୍ନାକରଙ୍କ ମୁଣ୍ଡରେ ବାରମ୍ବାର ଛୁରିରେ ଆଘାତ କରିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଏନେଇ ଗ୍ରାମବାସୀଙ୍କ ଠାରୁ ଦେବଗଡ ଥାନା ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଂଟିଫିକ ଟିମକୁ ସୂଚନା ଦିଆଯାଇଛି । ଏଥିସହ ହତ୍ୟାକାରୀ ପୁଅ ଦୁର୍ଯ୍ୟୋଧନକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।