ଠାକୁରଙ୍କ ଜମିରେ ୩ ମହଲା ବିଶିଷ୍ଟ ପୋଲିସ କ୍ୱାର୍ଟର୍ସ

ଠାକୁରଙ୍କ ଜମିରେ ପୋଲିସ କ୍ୱାର୍ଟର୍ସ, ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ ।

Lord Land Capture

ଜଗନ୍ନାଥଙ୍କ ଜମିରେ ଠିଆ ହୋଇଛି ବହୁତଳ ପୋଲିସ କ୍ୱାର୍ଟର୍ସ । ବାରିପଦାରେ ପ୍ରଭୁ ଶ୍ରୀ ବଦଦେବଜୀଉ ଠାକୁରଙ୍କ ଜମିରେ ରହିଛି ୩ ମହଲା ବିଶିଷ୍ଟ ପୋଲିସ କ୍ୱାର୍ଟର୍ସ । ବାରିପଦା ଅମ୍ବିକା ମନ୍ଦିରଠାରୁ ମାତ୍ର ୩ଶହ ମିଟର ଦୂରରେ ରହିଛି ଏହି ୩ ମହଲା ବିଶିଷ୍ଟ ପୋଲିସ କ୍ୱାର୍ଟର୍ସ । ଜବରଦଖଲ ନେଇ ଦେବୋତ୍ତର ବିଭାଗ ପକ୍ଷରୁ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ନୋଟିସ ମଧ୍ୟ ଦିଆଯାଇଛି ।

କେବଳ ପୋଲିସ କ୍ୱାର୍ଟର୍ସ ନୁହେଁ ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ଠାକୁରଙ୍କ ଜମିରେ ରହିଛି । ୪ ହଜାର ୫ଶହ ଏକର ଠାକୁରଙ୍କ ଜମିରୁ ପ୍ରାୟ ୭୦ ପ୍ରତିଶତ ଜମି ଜବରଦଖଲରରେ ରହିଛି । କିଛି ଘରୋଇ ପ୍ରତିଷ୍ଠାନ ଜବରଦଖଲ କରିଥିବାବେଳେ ଅନେକ ସରକାରୀ କୋଠା ମଧ୍ୟ ଏହି ଜବରଦଖଲ ଜମିରେ ରହିଛି ।

ଗତ ୧୮ ତାରିଖରେ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଓ ବାରିପଦା ବ୍ଲକ ଅନ୍ତର୍ଗତ ୨୧ଟି ସ୍ଥାନରୁ ଠାକରଙ୍କ ଜମି ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା । ତେବେ ଶେଷ ମୂହୂର୍ତ୍ତରେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଅସନ୍ତୋଷ ବ୍ୟକ୍ତି କରି ଜିଲ୍ଲା ପ୍ରଶାସନକୁ ଭେଟିଥିଲେ ସେବାୟତ । ତେବେ ୨୪ ତାରିଖ ସୁଦ୍ଧା ଜବରଦଖଲ ଖାଲି ନକଲେ ୨୫ ତାରିଖରୁ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବ ବୋଲି କହିଥିଲେ ଜିଲ୍ଲାପାଳ ।