Advertisment

ରାତି ପ୍ରାୟ ୩.୩୦ରେ ସ୍ତ୍ରୀ-ପୁତୁରାକୁ ହତ୍ୟା କରି ନିଜକୁ ଗୁଳିକଲେ ACP

ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।

ଅଦ୍ୟତନ ହୋଇଛି
undefined

Crime

Advertisment

ପ୍ରଥମେ ପତ୍ନୀଙ୍କୁ ମାରିଲେ ଗୁଳି । ତାପରେ ନିଜ ଝିଆରୀକୁ ମାରିଲେ । ଶେଷରେ ନିଜ ମୁଣ୍ଡରେ ରଖି ଚିପି ଦେଲେ ଟ୍ରିଗର । ଆଉ ସେଇଠି ହିଁ ଟଳିପଡ଼ିଲେ । ମାତ୍ର କେଇ ମିନିଟ୍‌ ଭିତରେ ଛାରଖାର ହୋଇଗଲା ପୁରା ପରିବାର । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ସହରରେ । ଆଉ ସବୁଠାରୁ ବଡ଼ କଥା ହେଲା ଏଭଳି ଏକ ଜଘଣ୍ୟ କାଣ୍ଡ ଘଟାଇଛନ୍ତି ଖୋଦ୍‌ ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୋଲିସ ଭରତ ଗାଇକ୍ୱାଡ୍‌ । ଯାହାଙ୍କର ବୟସ ୫୭ ।

Advertisment

ବାନର ଅଞ୍ଚଳରେ ଥିବା ACPଙ୍କ ବଙ୍ଗଳାରେ ଭୋର ପ୍ରାୟ ୩.୩୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଏହି ଘଟଣା କାହିଁକି ଘଟଲା ? ଏହାର  ମୂଳ କାରଣ କ’ଣ ? ସେନେଇ ଏବେ ସୁଦ୍ଧା କିଛି ଜଣାପଡ଼ି ନାହିଁ ବୋଲି ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋର ପ୍ରାୟ ୩.୩୦ରେ ଏହି ଘଟଣା ଘଟିଥିଲା। ଏସିପି ଭରତ ଗାଏକ୍ୱାଡ଼ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଗୁଳିମାଡ଼ ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବା ମାତ୍ରେ ଭରତ ଗାଏକ୍ୱାଡ଼ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ତାଙ୍କ ପୁତୁରାଙ୍କ ଛାତିରେ ବାଜିଥିଲା। ତା’ପରେ ଭରତ ଗାଏକ୍ୱାଡ଼ ନିଜ ମୁଣ୍ଡରେ ବନ୍ଧୁକ ରଖି ଟ୍ରିଗର ଚିପି ଦେଇଥିଲେ । ତାପରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ । ତିନି ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

Advertisment

ଏସିପି ଭରତ ଗାଏକ୍ୱାଡ଼ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ପୋଲିସ ବାବୁଙ୍କ ମୃତ ପତ୍ନୀଙ୍କ ନାଁ ମୋନି ଗାଇକ୍ୱାଡ଼ ବୋଲି ସୂଚନା ମିଳିଥିବା ବେଳେ ତାଙ୍କ ବୟସ ୪୪ ହେବ ବୋଲି ପୋଲିସ କହିଛି । ସେହିଭଳି ମୃତ ପୁତୁରା ଦୀପକର ବୟସ ୩୫ ହେବ ।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ