SDJM court grants permission to Dhauli Police to take two arrested accused on remand for 5 days
ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ।
ଗତ ୫ ତାରିଖରେ ଦୁଇ ଅଭିଯୁକ୍ତ ଏଟିଏମ୍ ଲୁଟ୍ କରିବା ପରେ ଟଙ୍କାକୁ ନିଜ ଦେଶ ବାଂଲାଦେଶ ପଠାଇ ଦେଇଥିଲେ । ଏହାପରେ ଦୁହେଁ ବେଙ୍ଗଳୁରୁ ପଳାଇଥିଲେ । ତେବେ ଏଟିଏମ୍ ଲୁଟ୍ ଘଟଣାର ତଦନ୍ତ କରୁଥିବା ସ୍ପେଶାଲ୍ ସ୍କ୍ୱାଡ୍ ଦୁହିଁଙ୍କୁ ବେଙ୍ଗଳୁରୁରୁ ଗିରଫ କରି ଭୁବନେଶ୍ୱର ଆଣିଥିଲା ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଏବେ ବି ଖୋଜୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650355526.jpg)