Advertisment

ବଲାଙ୍ଗିରରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ହତ୍ୟା : ଗୁଳି କରି ଫେରାର ମାରିଲେ ଦୁର୍ବୃତ୍ତ

ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ

ଅଦ୍ୟତନ ହୋଇଛି
shoot dead

shoot dead

Advertisment

ବଲାଙ୍ଗିରରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା । ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିମାଡ଼ ଫେରାର ମାରିଛନ୍ତି ଦୁର୍ବୃତ୍ତ । ପ୍ରଥମେ ଦୁଇରୁ ୩ ଜଣ ଯୁବକ ଲୋକନାଥଙ୍କ ଘରକୁ ଆସି ତାଙ୍କ ସହ ହାତ ମିଳାଇ କଥା ହୋଇଥିଲେ । ତେବେ ପରେ ତାଙ୍କ ଛାତିକୁ ଗୁଳି ସେମାନେ ଫେରାର ହୋଇଯାଇଥିଲେ । ଗୁଳି ମାରିବା ତୁରନ୍ତ ପରେ ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ବେଲପଡ଼ା ହସ୍ପିଟାଲକୁ ନିଆଯାଇଥିଲା ।

Advertisment

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ନା ଆଉ କିଛି ତାହା ସ୍ପଷ୍ଟ ହୋଇନି । ପୋଲିସ ଏ ଘଟଣାରେ ଛାନଭିନ୍ ଜାରି ରଖିଥିବା ବେଳେ କିଛି ଯୁବକଙ୍କୁ ଅଟକ ରଖିଥିବା ଚର୍ଚ୍ଚା ହେଉଛି ।

ବାଗଡୋର ପଞ୍ଚାୟତରେ ମାଓ ଗତିବିଧି ମଧ୍ୟ ରହିଛି । ଗତ କିଛି ବର୍ଷ ତଳେ ମାଓବାଦୀମାନେ ଜଣେ ନାଏବ ସରପଞ୍ଚଙ୍କୁ ହତ୍ୟା କରିଥିଲେ । ତେବେ ଏ ଘଟଣାକୁ ନେଇ ପୁରା ବେଲପଡ଼ା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ