Sambalpur murder case accused Md Samad critical in police encounter
ଗର୍ଜିଲା ସମ୍ବଲପୁର ପୋଲିସ, ଆଜି ସକାଳୁ ସକାଳୁ ଅଭିଯୁକ୍ତଙ୍କୁ ଧରିବା ବେଳେ ଖଣ୍ଡୁଆଳ ନିକଟରେ ଘଟିଛି ଗୁଳିକାଣ୍ଡ । ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଅପରାଧୀଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି ଅପରାଧୀ ଏମଡି ସାମଦ ।
ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଏମଡି ସାମଦକୁ ଖଣ୍ଡୁଆଳ ନିକଟରେ ପୋଲିସ ଧରିବାକୁ ଚେଷ୍ଟା କଲା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସକୁ ଦେଖି ଏମଡିସାମଦ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଥିଲା । ଜବାବରେ ପୋଲିସ ଗୋଟିଏ ରାଉଣ୍ଡ ପାଲଟା ଗୁଳି ଚଳାଇ ଏନକାଉଣ୍ଟର କରିଥିଲା।
ଅଭିଯୁକ୍ତର ବାମ ପଟ ଗୋଡ଼ରେ ଗୋଟିଏ ଗୁଳି ବାଜିଛି ।ଘଟଣା ସ୍ଥଳରେ ଗୋଟିଏ ୭.୬ଏମଏମ୍ ବନ୍ଧୁକ,୨ଟି ଖୋକା ଓ ଅଭିଯୁକ୍ତର ମଟର ସାଇକେଲ ପଡ଼ିଛି । ଅଭିଯୁକ୍ତ ନାମରେ ପୁର୍ବରୁ ବହୁ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଧନୁପାଲି ଥାନା ଅନ୍ତର୍ଗତ ସୁରେନ୍ଦ୍ର ସାଏ ଷ୍ଟାଡିୟମ ନିକଟରେ ଆସଫାକ ଖାନକୁ ଛୁରୀ ଭୂଷି ହତ୍ୟା କରି Md ସାମଦ ଓ ତାର ଭାଇ Md. ୱାସିମ୍ ଫେରାର ହୋଇଯାଇଥିଲେ । ସେପଟେ ଏହି ଘଟଣାରେ ଛାନଭିନ୍ କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755583714.jpg)